ଶିକ୍ଷୟତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ୨୦୨୫ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝୁମ୍ପୁରା ବ୍ଲକ ଅଧିନସ୍ଥ ଝୁମ୍ପୁରା ସରକାରୀ ନୋଡାଲ ବିଦ୍ୟାଳୟର ଶିକ୍ଷୟତ୍ରୀ ଚନ୍ଦ୍ର କଳା ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ନିଷ୍ଠାପର ଶିକ୍ଷାଦାନ ସମୟାନୁବର୍ତ୍ତିତା ତ୍ୟାଗ ମନୋଭାବ, ପ୍ରଶଂସିତ ବିଦ୍ୟାଳୟ କାର୍ଯ୍ୟ, ଏଲ ଏମ ପ୍ରସ୍ତୁତି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଆଦି ପ୍ରଶଂସିତ କାର୍ଯ୍ୟ ପାଇଁ ସେ ବେଶ ଆଦୃତ ହୋଇପାରିଛନ୍ତି। କେନ୍ଦୁଝର ଡିଏନ ହାଇସ୍କୁଲ ଅଡିଟୋରିୟମରେ ଆୟୋଜିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ଏ ଡି ଏମ ମନ୍ଦରଧର ମହାଳିକ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବିରିହା, ଜିଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ଅଧ୍ୟକ୍ଷା କଲ୍ୟାଣ ମାଝୀ ଉପସ୍ଥିତ ରହି ଶ୍ରୀମତୀ ସାହୁଙ୍କ ମାନପତ୍ର ଓ ଟ୍ରଫି ପ୍ରଦାନ କରିଛନ୍ତି।ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ବାର୍ତ୍ତା ମିଳିଛି।