ସଦର ବନାଞ୍ଚଳରେ ୨୯ଟିକିଆ ହାତୀ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ବନାଞ୍ଚଳ ରେ ୨୯ ଟିକିଆ ହାତୀପୋଲ ଡେରା ପକାଇଛନ୍ତି।ଆଜି ଉଖୁଣ୍ତା ଅଞ୍ଚଳରୁ ଏହି ହାତୀପୋଲ ଖପରାଖାଇ ଜଙ୍ଗଲ ପିଚୁରାସ୍ତା ଅତିକ୍ରମ କରିଥିଲେ।ହଳଦିଆଗୁଣା ଗାଁ ମୁହାଁ ହାତୀପୋଲ ହୋଇଥିବା ଜଣାପଡିଛି।ଧାନଫସଲ ପାଦରେ ଦଳି ଚକଟି ହାତୀମାନେ ନଷ୍ଟ କରିଛନ୍ତି।ଫଳରେ ଚାଷୀକୁଳ ଚିନ୍ତାରେ ପଡିଯାଇଛନ୍ତି।ହାତୀଦେଖି ଲୋକେ ଭୟଭତି ହୋଇଥିବାବେଳେ ପଳାସପଙ୍ଗା ବନପାଳ ଜୟକୃଷ୍ଣ ଦାସ ସମେତ ହାତୀ ଘୋଉଡାଇବା ସ୍କ୍ବାର୍ଡ ହାତୀ ଘୋଉଡାଇବା ପାଇଁ ଗତିବିଧି ଉପରେ ନଜର ରଖିଥିବା ପ୍ରକାଶ କରିଛନ୍ତି।


