ଆଇଡିଆଲ କ୍ଳବ୍ ପକ୍ଷରୁ ବାଲ୍ୟ ବିବାହ ସଚେତନତା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ୍ ଅଁରା ଗ୍ରାମରେ ଜି.ଏନ୍. ଆଇଡିଆଲ କ୍ଳବ୍ ପକ୍ଷରୁ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆମ୍ଭ କ୍ଲବର ସଭାପତି-ମନୋଜ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଓ ସମ୍ପାଦକ ବିଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଥିଲା। ଏଥିପାଇଁ ଲୋକ ମାନଙ୍କୁ ଅଧିକ ରୁ ଅଧିକ ସଚେତନତା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ସଦସ୍ୟ ମାନେ ସଚେତନତା ରାଲି କରି ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ଉପସଭାପତି ସୁଯ୍ୟମଣୀ ଯେନା, ସହ ସମ୍ପାଦକ ଶ୍ରୀକାନ୍ତ ଯେନା, କୋଷାଧକ୍ଷ ପ୍ରକାଶ ଦାସ କ୍ଲବ ସଦସ୍ୟ ଦେଵବ୍ରତ ଯେନା,ହିମାଂଶୁ ଯେନା, ଧନେଶ୍ୱର ମାଝୀ , ପ୍ରକାଶ ପଣ୍ଡା, ଜିତେନ୍ଦ୍ର ମଲ୍ଲିକ, ଶୁଭ ପଣ୍ଡା, ମାନସ ଜେନା, ପ୍ରଦୀପ କୁମାର ଯେନା, ମହେଶ୍ୱର ଖଣ୍ଡେଇ, ଅମୂଲ୍ୟ ଦାସ, ସାଗର ବେହେରା, ଶ୍ରୀଧର ନାୟକ, ପ୍ରଦୀପ ସେଠୀ,ସନ୍ତୋଶ ମାଝୀ, ସାରଙ୍ଗ ମାଝୀ, ଦୀନବନ୍ଧୁ ଯେନା, ଶ୍ରୀକାନ୍ତ ଯେନା, ସରୋଜଯେନା, ପଙ୍କଜ ଯେନା, ବଳଭଦ୍ର ଯେନା, ଜଗନ୍ନାଥ ଯେନା, ଚନ୍ଦ୍ରକାନ୍ତ ଯେନା, ଗଣେଶ୍ଵର ଦାସ, ସନ୍ତୋଷ ଦାସ, ପ୍ରଶାନ୍ତ ଦାସ,ଗଣେଶ୍ଵର ଆଇଚ,ଜିତେନ୍ଦ୍ର ପରିଡ଼ା,ଗଣେଶ୍ଵର ପଣ୍ଡା, ଜଗନ୍ନାଥ ପଣ୍ଡା, କାର୍ତିକେସ୍ୱର୍ ବେହେରା , ସରୋଜ ମଲ୍ଲିକଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ।


