ବାଲ୍ୟ ବିବାହ ମୁକ୍ତ ଭାରତ ଶପଥ ଗ୍ରହଣ ଉତ୍ସବ
ବାଲେଶ୍ୱର,(ସରୋଜ ପଣ୍ଡା): ଜିଲ୍ଲାପାଳ ଅଭିଯୋଗ ପ୍ରକୋଷ୍ଠରେ ବାଲ୍ୟ ବିବାହ ମୁକ୍ତ ଭାରତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ଏଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ସହିତ ଡ. ସୂର୍ଯ୍ୟ ପ୍ରକାଶ ରାଉତରାୟ (ADPHO), ଶ୍ରୀମତୀ ପ୍ରତିଭା ବେହେରା (DSSO), ଖୁସିରାମ ଗହିର୍ (DCPO), ଦେବାଶିଷ ସ୍ୱାଇଁ (ADWO) ପ୍ରମୁଖ ମଧ୍ଯ ଉପସ୍ଥିତ ଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାଏକ ବାଲ୍ୟବିବାହ ପ୍ରଥା ବନ୍ଦ ବାର୍ତ୍ତାକୁ ସମସ୍ତେ ତୃଣମୂଳ ସ୍ତରରେ ପହଞ୍ଚାଇବା ସହିତ ଏହା ଆମ ସମାଜରୁ କେମିତି ମୂଳୋତ୍ପାଟନ ହୋଇପାରିବ ତା’ଉପରେ ଆଲୋକପାତ କରିଥିଲେ, ଏବଂ ଅନ୍ୟ ମଞ୍ଚାସୀନ ଅଧିକାରୀ ମାନେ ମଧ୍ୟ ଏହା ଉପରେ ବକ୍ତବ୍ୟ ରଖିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ଅଧିକାରୀ ମାନେ ହେଲେ PO ICDS, PO Sadar, PO Nilgiri, ସୁପରଭାଇଜର, ପୂଜକ ମାନେ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, NGOs ଓ ଅନ୍ୟମାନେ ଉପସ୍ଥିତ ଥିଲେ।


