ଶାସଙ୍ଗ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ୨୦୨୫
ହାଟଡିହି (ଓ୍ବାଇଏନଏସ) ଆଞ୍ଚଳିକ ସାଧନ କେନ୍ଦ୍ର ଶାସଙ୍ଗ ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସରକାରୀ ବାଇଧର ନୋଡାଲ ସ୍କୁଲ ଶାସଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛିl ସିଆରସିସି ଅଞ୍ଜନ କୁମାର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବକୁ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶ ସଂଯୋଜନା କରିଥିଲେ। ଶାସଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟ ବକ୍ତା ଭାବେ ଏବିଇଓ ପ୍ରମୋଦ କୁମାର ନାୟକ, ସମ୍ମାନ୍ନିତ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ଶାସଙ୍ଗ ପଞ୍ଚାୟତ ର ସରପଞ୍ଚ ମଧୁମିତା ସ୍ୱାଇଁ, ସ୍କୁଲ ପରିଚାଳନା କମିଟିର ସଭାପତି ଲଷ୍ମୀନାରାୟଣ ପାଢ଼ୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରିବାର ମାଧ୍ୟମ ହେଉଛି ସୁରଭି। ତେଣୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ସେଥିପାଇଁ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବିତର୍କ, ପ୍ରବନ୍ଧ ଲିଖନ, ସଂଗୀତ, ବକ୍ତୃତା, ସାଂସ୍କୃତିକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନେ ଆସନ୍ତା ବ୍ଲକ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ ଳ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦୁନୀ ସାମଲ, ସୁକାନ୍ତି ଲତା ମିଶ୍ର, ମାଧବାନନ୍ଦ ଜେନା, ପଦ୍ମନାଭ ପଣ୍ଡା, ବିଦ୍ୟାଧର ବେହେରା, ମଧୁସ୍ମିତା ସେଠି, ଶତ୍ରୁଘ୍ନ ସାହୁ, ଜ୍ଞାନ ରଞ୍ଜନ ବେହେରା, ନିରଞ୍ଜନ ବେହେରା, ଲଷ୍ମୀ ନାରାୟଣ ରାଉତ, ବିଷ୍ଣୁପଦ ସାମଲ, ବଳରାମ କୁଅଁର ପ୍ରମୁଖ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲଳିତ କୁମାର ବିଶ୍ୱାଳ, ସତ୍ୟବ୍ରତ ସାହୁ, ପୁଷ୍ପିତା ନାୟକ, ସୁକାନ୍ତ କୁମାର ରାଉତ, ଗଙ୍ଗାଧର ଜେନାଙ୍କ ସମେତ ଶାସଙ୍ଗ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।