ଘର ନିକଟରୁ ମୋବାଇଲ ଟାୱାର ସ୍ଥାନାନ୍ତରଣ ପାଇଁ ଦାବୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ବଡ଼ନେଉଳି ପଞ୍ଚାୟତ ର ସିଲିଟିଆ ସାଇଡ ପାହାଡପୁର ଗ୍ରାମର ଗୁରୁଚରଣ ନାୟକଙ୍କ ବାଡି ପଛପଟକୁ ଭାରତୀ ଏୟାରଟେଲ କମ୍ପାନୀର ମୋବାଇଲ ଟାୱାର ଲାଗିବ। ଏହି ଟାଓ୍ବାର ରେ ପୁଣି ଜିଓ ସଂଯୋଗ କରଣ କରିଥିଲେ। ଭାରତୀ ଏୟାରଟେଲ ସହିତ ଜିଓ ସଂଯୋଗ ହେବା ପରେ ଅଧିକ ଲୋଡ ହେବା ଫଳରେ ବର୍ତ୍ତମାନ ମାତ୍ରାଧିକ ଟାଓ୍ବାର ଶଦ୍ଦ ବାହାରୁଛି ଯାହା ଫଳରେସ୍ଥାନୀୟଜନସାଧାରଣ ସୁଁ ସୁଁ ଶଦ୍ଦ ରେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏଣୁ ଘର ନିକଟରୁ ଟାଓ୍ବାର କୁ ଅନ୍ୟତ୍ର କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଜିଲାପାଳ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏପରିକି କମ୍ପାନୀ ପାଖରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଗୁରୁତ୍ବ ଦେଉ ନାହାନ୍ତି। ଘର ନିକଟରୁ ଜିଓ ଟାଓ୍ବାର ଅନ୍ୟତ୍ର ସ୍ଥାନାନ୍ତରିତ କରା ଯାଉନଥିବାରୁସ୍ଥାନୀୟଜନସାଧାରଣ ଟାଓ୍ବାର ଶଦ୍ଦ ରୁ ବାହାରୁ ଥିବା ବିକଟାଳ ଶଦ୍ଦ ଶୁଣି ଶୁଣି ଅତିଷ୍ଠ ହୋଇ ପଡିଲେଣି। ଏଠାରେ ଲାଗିଥିବା ମୋବାଇଲ ଟାୱାର କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଗୀତାଞ୍ଜଳି ନାୟକ ଶ୍ରଦ୍ଧାମଣି ନାୟକ, ତପସ୍ଵିନୀ ନାୟକ, ରଞ୍ଜୁଲତାନାୟକ,ନନ୍ଦିନୀନାୟକ,ରୀତାମଣୀନାୟକ,କ୍ଷୀରମଣୀ ନାୟକଙ୍କ ସମେତ ଗ୍ରାମର ଅନ୍ୟ ମହିଳା ମାନେ ଜିଲାପାଳ ଙ୍କୁ ସାକ୍ଷାତ କରି ଟାଓ୍ବାର ହସ୍ତାନ୍ତର କରିବା ପାଇଁ ଦାବି ଜଣାଇଛନ୍ତି। ଜିଲାପାଳ ଅଭିଯୋଗ ପାଇବା ପରେ ଗ୍ରାମବାସୀମାନଙ୍କୁ ଆସ୍ବାଶନା ଦେଇଛନ୍ତି ସେ ଖୁବ କମ ଦିନ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଡକାଇ ତୁରନ ଘର ନିକଟରୁ ମୋବାଇଲ ଟାୱାର ସ୍ଥାନାନ୍ତରିତ କରାଯିବ ବୋଲି ଗ୍ରାମବାସୀ ମାନଙ୍କୁ ଆସ୍ବାସନା ଦେଇଛନ୍ତି। ଗ୍ରାମବାସୀ ଙ୍କ ଅଭିଯୋଗ କୁ ଜିଲାପାଳ କାର୍ଯ୍ୟକାରି କରୁଛନ୍ତି ନା ସେହି ପରି ଅଭିଯୋଗ ଜିଲାପାଳ ଙ୍କ ପ୍ରକୋଷ୍ଠ ରେ ରହିଥିବା ନାଲି ଫିତାରେ ବନ୍ଧା ସୋଇ ରହୁଛି ତାହା ଦେଖିବାକୁ ବାକି ରହିଲା।


