ରାମଜୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଭିଷ୍ମଗିରୀ ରାମଜୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ  ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ବରେ ଆୟୋଜିତ ବୃକ୍ଷରୋପଣ ସଚେତନତା ସଭାରେ  ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁଙ୍କ ସମେତ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ବିନୟ କୁମାର ବ୍ରୁ, ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ , ବନରକ୍ଷୀ ଗିରିଜା ଶଙ୍କର ଦୋରା, ସରୋଜ କୁମାର ମଲ୍ଲିକ, ଲକ୍ଷପତି ଗମାଙ୍ଗ, ପ୍ରିୟଦର୍ଶିନୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।” ମା’ଙ୍କ ନାଁ ରେ ଗଛଟିଏ” ଏହାଥିଲା ମଞ୍ଚାସୀନ ଅତିଥିଗଣଙ୍କ ବକ୍ତବ୍ଯର ମୂଳ ସ୍ବର । ସଭାକାର୍ଯ୍ଯ ଶେଷରେ ଉଭୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବନ କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବହୁ  ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ ।କାର୍ଯ୍ଯକ୍ରମ ପରିଚାଳନାରେ ଯୁବ ରେଡକ୍ରସର ଉପଦେଷ୍ଟା ରଞ୍ଜନ ଗୌଡ ସହଯୋଗ କରିଥିଲେ ।ଶେଷରେ ମହାବିଦ୍ୟାଳୟ ସ୍ଥିତ ଭାରତ ସ୍କାଉଟ ଓ ଗାଇଡର ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ