ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ ପର୍ବ ଆୟୋଜିତ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ‘ ସ୍ୱଚ୍ଛତା ହିଁ ସେବା ‘ ପର୍ବ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକଙ୍କ ପ୍ରେରଣା ତଥା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ.ପ୍ରଣତି ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗଦେଇ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଜାତୀୟ ସେବା ଯୋଜନାରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସ୍ବେଛାସେବୀଙ୍କୁ ଆହ୍ୱାନ ଦେବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସ୍ୱଚ୍ଛତା ହିଁ ସେବା ଭଳି ଆଜିର ଏ ମହାନ କାର୍ଯ୍ୟକ୍ରମ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଉପ କୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଆଇ. କ୍ୟୁ. ଏସ. ସି ସଂଯୋଜକ ଡ. ଗୌତମ ସାବତ, ସମର ଶିକ୍ଷାର୍ଥୀ ବାହିନୀ ଅଫିସର (ଆର୍ମି ୟୁନିଟ ) କ୍ୟାପଟେନ ଡ. ଯତୀନ ବିଷୋୟୀ, ସମର ଶିକ୍ଷାର୍ଥୀ ବାହିନୀ ଅଫିସର ( ନାଭାଲ ୟୁନିଟ ) ଡ. ସୁଶୀଲ କୁମାର ରାଠୋର, ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଅନ୍ନପୂର୍ଣ୍ଣା ସାହୁ, ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ପ୍ରମୁଖ କ୍ୟାମ୍ପସ ସଫେଇରେ ନିଜ ନିଜର ଶ୍ରମଦାନ କରି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l କ୍ୟାମ୍ପସର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଅଗ୍ରାଧିକାର ଦେଇ ଆଜିର ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ବେଛାସେବୀ ବିକାଶ, ରୁଦ୍ର, ଦେବାଶିଷ, ଅଭିନବ, ସୁନିତ, ନିଦାନ, ସମର ଶିକ୍ଷାର୍ଥୀ ଶୁଭମ ଦାଶ ସମେତ ସମର ଶିକ୍ଷାର୍ଥୀ ବାହିନୀର ଉଭୟ ଆର୍ମି ଓ ନାଭାଲ ୟୁନିଟର ବହୁ ଶିକ୍ଷାର୍ଥୀ ଉତ୍ସାହ ସହକାରେ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l