ହଦଗଡ଼ ଓ ଗଡଚଣ୍ଡୀ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ସ୍ୱଚ୍ଛ ଭାରତ ମିଶନ ତରଫରୁ “ସ୍ୱଚ୍ଛତା ହିଁ ସେବା ” ପକ୍ଷ ସେପ୍ଟେମ୍ବର ୧୭ ରୁ ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ତଥା ସଫେଇ,ପଦଯାତ୍ରା, ପ୍ରତିଯୋଗିତା, ଆଦି କାର୍ଯ୍ୟକ୍ରମ ହେବା ସହ କିପରି ସୁରକ୍ଷିତ, ନିରୋଗ ଜୀବନ ଯାପନ କରାଯାଇପାରିବ ସେନେଇ ଗାଁ ଗାଁରେ ସଚେତନତା କରାଯାଇ ଥିବାବେଳେ ୨୭ ସେପ୍ଟେମ୍ବର “ବିଶ୍ୱ ପର୍ୟ୍ୟଟନ ଦିବସ” ରେ ହାଟଡିହି ପଞ୍ଚାୟତ ସମିତି ଅଧିନସ୍ଥ ମା ଗଡ଼ଚଣ୍ଡୀ ପୀଠ ଏବଂ ହାଡ଼ଗଡ଼ ଠାରେ ରେ ସଫେଇ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଦଗଡ଼ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ନିରୁପମା ନନ୍ଦୀ,ନିର୍ବାହୀ ଅଧିକାରୀ ଉମାକାନ୍ତ ସା, ଏସ ଏସ ଜି ଗ୍ରୁପର ମଞ୍ଜୁ ଘଡେଇ, ବାସନ୍ତୀ ଦାସ, ଝରଣା ନାୟକଙ୍କ ସମେତ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇ ପର୍ଯଟନ କ୍ଷେତ୍ରକୁ ସଫେଇ କରିବା ସହିତ ପାଲିଥିନି ବ୍ୟବହାର ବନ୍ଦ କରିବାକୁ ସଚେତନ କରାଇ ଥିଲେ। ସେହିପରି ଗଡଚଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜମ୍ଭୀରା ସରପଞ୍ଚ ପ୍ରତିନିଧି ଖଗେଶ୍ୱର ମଲ୍ଲିକ, ନିର୍ବାହୀ ଅଧିକାରୀ ଅମୁଲ୍ୟ କୁମାର ପହି,ବ୍ଲକ ସାଧନ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ସଫେଇ କରିବା ସହିତ ପଲିଥିନି, ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଏବଂ ଥର୍ମକୁଳ ନିଷେଧ କରିବା ପାଇଁ ସଂକଳ୍ପ ନେବାକୁ ସ୍ଥାନୀୟ ଦୋକାନୀ ମାନଙ୍କୁ ସପଥ କରାଇଥିଲେ।