ସ୍ବଚ୍ଛ ସୁନୀଳ ଆକାଶ କର୍ମଶାଳା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଞ୍ଜାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ହୃଷୀକେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ‘ସ୍ବଚ୍ଛ ବାୟୁ ଓ ସୁନୀଳ ଆକାଶ ‘ଶୀର୍ଷକ ଏକ କର୍ମଶାଳାର ଆୟୋଜନ ହୋଇ ଯାଇଛି  ।ଏହି କର୍ମଶାଳାରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀ , ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସ୍ବାଧୀନ ରଥ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତ୍ତିତ ପୃଥିବୀର ପ୍ରେକ୍ଷାପଟରେ ସୁସ୍ଥ ଜୀବନ ପାଇଁ ସ୍ବଚ୍ଛ ବାୟୁ ଓ ସୁନୀଳ ଆକାଶର ଆବଶ୍ୟକତା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ  ।ଯୁବ ରେଡକ୍ରସର ସଂଯୋଜିକା ଅନ୍ନପୂର୍ଣ୍ଣା ଦାସ, ବରିଷ୍ଠ ଅଧ୍ୟାପକ ବିଜୟ କୁମାର ଖଟେଇ, ବାବୁଲା କୁମାର ନାୟକ  ,କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ଅଧ୍ୟାପିକା ସ୍ବରୂପା ସାହୁ, ସଂଗୀତା ସ୍ବାଇଁ,ମଧୁସ୍ମିତା ପ୍ରଧାନ, ପଦ୍ମଚରଣ ଦାସ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ  ।ଏହି ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ