ଏପିରକ୍ ବିଦ୍ୟା ସୌଭାଗ୍ୟ କାର୍ଯକ୍ରମ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଳଦା ପଞ୍ଚାୟତ ଗୁରୁଡ଼ା ସ୍ଥିତ ଧରଣୀଧର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏପିରକ୍ ବିଦ୍ୟା ସୌଭାଗ୍ୟ କାର୍ଯକ୍ରମ ମହା ସମାହାରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯକ୍ରମ ରେ ମୂଖ୍ୟଅତିଥି ଭାବେ ବଳଦା ପଞ୍ଚାୟତ  ସରପଞ୍ଚ ବରୁଣ କୁମାର ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାଗ ଓ ପାଠ୍ୟ ଉପକରଣ ପ୍ରଦାନ ଥିଲେ  । ସମ୍ମାନିତ ଅତିଥି ଭାବେ ଗୋରଭ ବିକ୍ରମ ସିଂ, ମାନସ ରଞ୍ଜନ ରାଉତ,ବିକାଶ ଗୁପ୍ତା ଅଙ୍କିତ ତିୱାରି ପ୍ରମୁଖ ଯୋଗ ଦେଇଥିଲେ । ଏହି ସଭା କୁ ଏସ୍.ଜି.ବି କେ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ କୁମାର  ବେଙ୍ଗରା ମଞ୍ଚ ପରିଚାଳନା କରିଥିଲେ  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଏପିରକ ତରଫରୁ ସ୍କୁଲ ବ୍ୟାଗ୍ ସହ ପାଠ୍ୟ ଉପକରଣ ଯୋଗାଇ ଦେଇଥିଲେ ।ଏହି ସଭାକୁ ଧରଣୀଧର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୁଣମଣି ମହାନ୍ତ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସହଯାଗ କରିଥିଲେ  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ