ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ଆନୁକୂଲ୍ୟରେ ଶୁକ୍ରବାର ଏକ ହାଉସ୍‍ ସିଷ୍ଟମ୍‍ ପୋଷାକ ବିତରଣ ମେଳା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ବିଦ୍ୟାଳୟର ସହକାରୀ ଶିକ୍ଷକ ରାମନାଥ ପଟ୍ଟନାୟକ, ସହକାରୀ ଶିକ୍ଷୟତ୍ରୀ ପ୍ରେମଲତା ବେହେରା, ନିରୁପମା ଦାଶ, ଅଙ୍କିତା ମହାପାତ୍ର, ମନିଷା କୁମାରୀ ଦିଗଲ୍‍, କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଯୋଗଦେଇ ବାଲ୍‍ବାଟିକାରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୨୮୦ ଜଣ ବିଦ୍ୟାର୍ଥୀଙ୍କୁ ମାଗଣା ହାଉସ୍‍ ସିଷ୍ଟମ୍‍ ପୋଷାକ, ଟୋପି, ପରିଚୟ ପତ୍ର, ବୁଟ୍‍ ବଣ୍ଟନ କରିବା ସାଙ୍ଗକୁ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରି ବିଦ୍ୟାର୍ଥୀମାନେ ସମୟର ସଦ୍‌ବିନିଯୋଗ କରି ସୁନାଗରିକ ହେବାକୁ ଆହ୍ୱାନ କରି ଛାତ୍ରଛାତ୍ରୀମାନେ ନିଜର ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ପରାମର୍ଶ ଦେବା ସହ ବିଦ୍ୟାର୍ଥୀମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ, ଅବିରତ ପ୍ରୟାସ ଜାରି ରଖିବା ସାଙ୍ଗକୁ ଆଗାମୀ ଭବିଷ୍ୟତରେ ସମସ୍ତେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ନିଜର ପିତାମାତା, ଗୁରୁ, ନିଜର ଜନ୍ମମାଟି ପ୍ରତି ଥିବା କର୍ତ୍ତବ୍ୟକୁ ନଭୁଲିବାକୁ ପରାମର୍ଶ ଦେବା ସାଙ୍ଗକୁ ଶିକ୍ଷାର ମହତ୍‍ ଉଦ୍ଦେଶ୍ୟକୁ ଚରିତାର୍ଥ କରି ଭଲ ପାଠ ପଢି ଭଲ ମଣିଷ ହୋଇ ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଏହି ମାଗଣା ହାଉସ୍‍ ସିଷ୍ଟମ୍‍ ପୋଷାକ ବିତରଣ ମେଳାରେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ