ମୁନିଗୁଡ଼ାରେ “ବନ୍ଦେ ମାତରମ”ର ସାମୁହିକ ଗାନ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂର ୧୫୦ବର୍ଷ ପୂର୍ତ୍ତି ଅବସରରେ ବନ୍ଦେ ମାତରଂର ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୁନିଗୁଡ଼ା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ଅଧ୍ୟକ୍ଷତା ଓ ବଡ଼ବାବୁ ଜିତେନ୍ଦ୍ର ଧରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା,ବିଇଓ ଗଣେଶ ଶବର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶିକ୍ଷକ ଅକ୍ଷୟ କୁମାର ରଥ ଉପସ୍ଥିତ ଛାତ୍ରଛାତ୍ରୀ,ସମସ୍ତ ଗ୍ରାମ ପଞ୍ଚାୟତ ମାନଙ୍କର ଲୋକ ପ୍ରତିନିଧି,ପିଇଓ, ଜିଆରଏସ,ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ ଗାନ କରାଇବା ସହ ଏହାର ଭାବାର୍ଥ ସରଳ ଓ ସହଜ ଭାବରେ ବୁଝାଇଥିଲେ। ପରେ ଅତିଥିମାନେ ରାଷ୍ଟ୍ର ଗାନ ବନ୍ଦେ ମାତରଂ ମଧ୍ୟରେ ଥିବା ରାଷ୍ଟ୍ର ପ୍ରେମର ଉପରେ କହିଥିଲେ।ପୂର୍ବରୁ ମୁନିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବନ୍ଦେ ମାତରଂ ଉପରେ ଡିବେଟ,ସଙ୍ଗୀତ ପରିବେଷଣ ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ୩୩ଜଣ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ପ୍ରେସ କ୍ଳବ ସଭାପତି ରାଜିବାଲୋଚନ ଦାସ,ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ,ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷୀକେଶ ଜାଲି, ଏବିଇଓ ସୁବାସ ସିଂ, ବିପିଏମ ମମତା ରାଉଳ,ସାମ୍ବାଦିକ ମନୋରଞ୍ଜନ ଦଳାଇ, ଅଶ୍ଵିନୀ ବାରିକ,ଅରୁଣ ସାହୁ,କାଳନ୍ଦୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ, ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ କର୍ମଚାରୀ ବସନ୍ତ ବଳିଆରସିଂ,ଅଜିତ ନାଗ,ଶିକ୍ଷକ ଅକ୍ଷୟ ରଥ ପରିଚାଳନା କରିଥିବା ବେଳେ କଳ୍ପନା ସାହୁ,ଦେବେନ୍ଦ୍ର ପାଣିଗ୍ରାହୀ,ସସ୍ମିତା ତୁଳ, ଇତିଶ୍ରୀ ମହାପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


