ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ରେ ଯୁକ୍ତଦୁଇ ପ୍ରଶ୍ନପତ୍ର : ସୁରକ୍ଷା ବ୍ୟବସ୍ଥା କଡାକଡି
ଆସିକା (ୱାଇଏନ୍ଏସ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରୀ ପରୀକ୍ଷା ଆସନ୍ତା ୧୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ ରେ ରବିବାର ପହଞ୍ôଚ ସାରିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ ଅଧୀନରେ ଆସିକା ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, ସରକାରୀ ନିରଞ୍ଜନ ମହିଳା ହାୟର ସେକେଣ୍ଡାରୀ ସ୍କୁଲ, ପିତ୍ତଳ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, ଶେରଗଡ ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କୁରୁଳା ହାୟର୍ ସେକେଣ୍ଡାରୀ ସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଛି । ଏହି ଯୁକ୍ତଦୁଇ ପରୀକ୍ଷାକୁ ସ୍ୱଚ୍ଛ ଓ ତୃଟିମୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ସ୍ଥିରୀକୃତ ହୋଇଥିବା ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବା ବେଳେ ସିସି ଟିଭି କ୍ୟାମେରା ଓ କୁତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରା ସଂଯୋଗ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୮ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ ର ସୁପରଭାଇଜର୍ ଅଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଡେପୁଟି ହବ୍ ଅଧିକ୍ଷକ ଅଧ୍ୟାପକ ଭାନୁଚନ୍ଦ୍ର ରାଓ ଏବଂ ହବ୍ ସହାୟକ ରୂପେ ଅଧ୍ୟାପକ ସନାତନ ପାଢୀ ନିୟୋଜିତ ଥିବା ଜଣା ପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ଥିଓରୀ ପରୀକ୍ଷା ଯେପରି ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହେବ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରା ଯାଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଣୀତ ମାର୍ଗ ଦର୍ଶିକା ଅନୁସାରେ ପରୀକ୍ଷା ପରିଚାଳନା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। କଡାସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମ୍ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ହବ୍ ଭିତରେ ପ୍ରଶ୍ନପତ୍ର ରଖାଯାଇଛି। ଆସନ୍ତା ୧୮ତାରିଖ ଠାରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୮ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆସିକା ବିଜ୍ଞାନ ମହାବିଦ୍ୟାଳୟର ହବ୍ ସେଣ୍ଟରରେ ସଶସ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବେଳେ ୨୪ ଘଣ୍ଟିଆ କୁତ୍ରିମ ବୁଦ୍ଧିମତା (ଏଆଇ) ଏବଂ ସିସିଟିଭି କ୍ୟାମେରାର ଲାଇଭ୍ ଷ୍ଟ୍ରିମିଂ ଚାଲିଥିବା ଜଣାପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ର କ୍ୟାମେରା ଓ କୁତ୍ରିମ ବୁଦ୍ଧିମତା (ଏଆଇ) କ୍ୟାମେରାକୁ ସଂଯୋଗ କରାଯାଇଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟ ହବ୍ରୁ ପ୍ରଶ୍ନପତ୍ର ଗୁଡିକ ପରୀକ୍ଷା ଦିନ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୮ଟା ୩୦ ସୁଦ୍ଧା ପହଞ୍ଚିବ । ପୂର୍ବାହ୍ନ ୯ଟା ୩୦ ରେ ପ୍ରଶ୍ନପତ୍ର ପ୍ୟାକେଟ୍ ଧାର୍ଯ୍ୟ ନିୟମ ମୁତାବକ ଖୋଲାଯିବ ଓ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ହବ୍ର ଷ୍ଟ୍ରଙ୍ଗ୍ ରୁମ୍ରେ ୨୪ ଘଣ୍ଟିଆ ସିସି କ୍ୟାମେରା ଓ ଏଆଇ କ୍ୟାମେରା ସହ ପୋଲିସ ପ୍ରହରା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି ।


