ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୩ ଆହତ

ହାଟଡିହି (ଓ୍ବାଇଏନଏସ) ନନ୍ଦିପଦା ଥାନା ଅଧୀନ ବଡରମ୍ପାସ ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟି ତିନି ଜଣ ଆହତ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ନୁଆ ରମ୍ପାସ ଆଦିବାସୀ ସାହିରେ ଗତକାଲି ରାତିରେ ଗଣେଶ ପୂଜା ଭସାଣୀ ଚାଲିଥିଲା। ଭସାଣି ପାଇଁ ଆସିଥିବା ଡିଜେ ଠିକ୍ ବାଜୁ ନଥିବା କହି କିଛି ପିଲା ବଡରମ୍ପାସ ବଜାରରେ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ବଡରମ୍ପାସ ବଜାରର କିଛି ଯୁବକ ଖରାପ ଭାଷା ବ୍ୟବହାରକୁ ବାରଣ କରିବାରୁ ଭସାଣି କରୁଥିବା ଯୁବକ ଙ୍କ ସହିତ ପାଟିତୁଣ୍ଡ ହୋଇଥଲା। ଏପରିକି ଏହାକୁ ନେଇ ଉଭୟ ପକ୍ଷଙ୍କ ହାତାହାତି ହେବା ସହ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷରୁ ତିନି ଜଣ ଆହତ ହୋଇଥିଲେ। ସେଥି ମଧ୍ୟରୁ ବୁଦୁନି ମୁଣ୍ଡାଙ୍କ ପୁଅ ସିପୁ ମୁଣ୍ଡା ଗୁରୁତର ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ଘଟଣାର ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଉଦ୍ୟମ ଚାଲିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ