ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଯାପିତ

ଛତ୍ରପୁର(ଓ୍ବାଇଏନଏସ):  ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଚାଲିଥିବା ସଂକୁଳ ସାମୂହିକ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇଯାଇଛି । ସଂକୁଳ ସଂଯୋଜକ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ କରିଥିଲେ । ସଂକୁଳ ପ୍ରମୁଖ ଜେ. କୁର୍ମେୟା ରାଓ ଅଧ୍ୟକ୍ଷତା କରିଥିଲା ବେଳେ ରମ୍ଭା ପ୍ରଧାନାଚାର୍ଯ୍ୟ  ଶ୍ରୀଧର ପ୍ରଧାନ ପ୍ରଶିକ୍ଷଣର ବୃତ୍ତ ପଠନ କରିଥିଲେ । ମୁଖ୍ୟବକ୍ତା ଭାବରେ ଦକ୍ଷିଣପୂର୍ବ ସମ୍ଭଗ ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହି ଯୁଗୋପଯୋଗୀ ବିଦ୍ୟାଳୟର ଆବଶ୍ୟକତାର ମାର୍ଗଦର୍ଶନ କରିଥିଲେ। ଶେଷରେ ନରେନ୍ଦ୍ରପୁର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ତ୍ରିନାଥ ନାୟକ  ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ତିନିଦିନଆ ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଗୀତର ମହତ୍ୱ ଉପରେ ମାର୍ଗ ଦର୍ଶନ କରିଥିଲେ l ଗଞ୍ଜାମ ସହଜିଲ୍ଲା ପ୍ରମୁଖ ବିପନ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ର ନିର୍ମାଣରେ ଶିଶୁ ମନ୍ଦିର ଭୂମିକା ବିଷୟରେ ଅବଗତ କରାଇଥିଲେ।କିଶୋର ନାୟକ ଯୋଗ ଦେଇ ଧନ୍ଦାମୂଳକ ଶିକ୍ଷା ବିଷୟରେ ତାଲିମ ଦେଇଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚ଼ାରୀ ସ୍ପୋକେନ ଇଂଲିଶ  କାଳାଂଶ ନେଇଥିଲେ। ସଂକୁଳର ଜ୍ୟେଷ୍ଠ ଶ୍ରେଷ୍ଠ ବିଜ୍ଞ ଗୁରୁଜୀ ଓ ଗୁରୁମା ପଞ୍ଚପଦୀ ଆଧାରରେ ଆଦର୍ଶ ଶ୍ରେଣୀ ଶିକ୍ଷା ଦାନ କରିଥିଲେ ।ଏହି ଅବସରରେ  ମୁଖ୍ୟ ଅତିଥିଙ୍କ ଦ୍ଵାରା ସଂକୁଳ ଅନ୍ତର୍ଗଗତ ୬ଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଯଥା ରବୀନ୍ଦ୍ରନାଥ ଦାଶ , ତ୍ରିନାଥ ନାୟକ, ଆଦିତ୍ୟ ପ୍ରସାଦ ମହାପାତ୍ର , ଅନୀତା ପାତ୍ର, ଶ୍ରୀଧର ପ୍ରଧାନ ଓ ଦଣ୍ଡପାଣି ସାହୁ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ  ସ୍ଥାନୀୟ ବିଦ୍ୟାଳୟର ସଭାପତି ପଦ୍ମଚରଣ ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଉପସଭାପତି ଗୀତାପାତୀ , ସଦସ୍ୟା ସୁନୀତା ସେଠୀ ଓ ସଦସ୍ଯ ରାମ ପ୍ରସାଦ ପଟ୍ଟନାୟକ ସହିତ ସ୍ଥାନୀୟ ଶୁଭେଛୁ ଅବିଭାବକ ଅବିଭାବିକା, ପୂର୍ବଛାତ୍ର, ପରିଚାଳନା ସମିତିର କର୍ମକର୍ତ୍ତା ଓ ମାତୃ ଭାରତୀର ସଦସ୍ୟା ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ