ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପ୍ରତିଯୋଗିତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଚାରିଟି ଜିଲ୍ଲାର ଆଞ୍ଚଳିକ ଇଏମଆରଏସ ସ୍ତରୀୟ ଯୁବ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରଥମ କରି ସଂସଦ ଭବନର ପ୍ରତିକାତ୍ମକ ଭାବନା ଓ ସେଠାରେ ହେଉଥିବା କାର୍ଯ୍ୟକ୍ରମ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ଗଜପତି, ମାଲକାନଗିରି, ଯାଜପୁର ଜିଲ୍ଲା ସମେତ ମହାସିଙ୍ଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉକ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟର ଅଧ୍ଯକ୍ଷ ଡଃ ବି.ସାଇରାମ ପାତ୍ରଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବା ବେଳେ ପ୍ରତିଯୋଗିତା ଉଦଘାଟନ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୂଖ୍ୟ ବକ୍ତା ଭାବେ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ଭୂବନେଶ୍ବର ନେଷ୍ଟର ଶୈକ୍ଷିକ ପରାମର୍ଶଦାତା ଟିଭିଏସ ପ୍ରକାଶ ରାଓ, ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ଦଳ ପ୍ରଥମ ମହାସିଙ୍ଗି, ଦ୍ବିତୀୟ ଗଜପତି ଓ ତୃତୀୟ ମାଲକାନଗିରି ଦଳକୁ ପୁରସ୍କୃତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ଭୋଇ, ସଞ୍ଜୟ ନନ୍ସାର, ଶିକ୍ଷକ ଜୟ କିଶୋର ପ୍ରଧାନ, ଆନନ୍ଦ ପ୍ରତାପ ସିଂ ସାଗର ପ୍ରସାଦ ଦିଗାଲ,ଶିକ୍ଷୟତ୍ରୀ ନିରୁପମା ଚାନ୍ଦ, ଲକ୍ଷ୍ମୀ ପୃଷ୍ଟି, ପ୍ରଦିପ୍ତ ପାଇକରାୟ, ଅଭିନାଶ ମିଶ୍ର, ସଞ୍ଜୟ ସିଂ,ନୀଳାଦ୍ରୀ ବିହାରୀ ସ୍ବାଇଁ,ଦୀନେଶ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ