ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ନେଇ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଛି। ସରକାରଙ୍କ ନିୟମାନୁସାରେ ଏହି ଯୋଜନାରେ ଅସହାୟ, ବିଧବା, ଛାଡପତ୍ର, ବିଳଳାଙ୍ଗ ଆଦିଙ୍କୁ ଅଗ୍ରାଧିକାର ଭାବେ ପ୍ରଦାନ କରାଯିବ। କିନ୍ତୁ ଏହି ବ୍ଳକରେ ଚଳିତ ବର୍ଷ ପ୍ରଦାନ କରାଯାଇଥିବା ଗୃହ ତାଲିକାରେ ଯେଉଁମାନଙ୍କର ପରିବାରର ସଦସ୍ୟମାନେ ପୁର୍ବରୁ ଗୃହ ଯୋଜନାରେ ସାମିଲ ହୋଇଥିଲେ ସେମାନଙ୍କୁ ସାମିଲ କରାଯାଇଥିବା ଜଣାଯାଇଛି। କେବଳ ସେତିକି ନୁହେଁ ତାଲିକା ପ୍ରସ୍ତୁତିର ଅନିୟମିତତା ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଥିବା ସାମାଜିକ କର୍ମୀ ରାଜେଶ ପ୍ରଧାନ ଅଭିଯୋଗ କରିଛନ୍ତି। ସେହିପରି ତିରୁଣା ପଂଚାୟତର ନରଣପୁର ଗ୍ରାମର ଲୋନି ରାୟ ଓ ମାନିଲତା ରାୟ ଗୃହ ଯୋଜନାକୁ ନେଇ ସମାନ ଅଭିଯୋଗ ଆଣିଛନ୍ତି। ଦୀର୍ଘଦିନ ହେବ ଗୃହ ଯୋଜନାରେ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଗୃହ ପ୍ରଦାନ କରାଯାଉନାହିଁ। ଝାଟି, ମାଟି ଚାଳ ଛପର ଘରେ ସେମାନେ ପଡି ରହିଥିବା ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଗୃହ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟରେ ଆସନ୍ତାକାଲି ତଥା ମଙ୍ଗଳବାର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ବ୍ଳକ କାର୍ଯ୍ୟାଳୟରେ ପରିସରରେ ୨୪୯ଜଣଙ୍କୁ ଗୃହ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ