ଶୁଖୁଆରେ ଫର୍ମାଲୀନ ବ୍ୟବହାର ନେଇ ଚିନ୍ତାରେ ଖାଉଟି : ହେଉନି ଚଢ଼ାଉ, ବଢୁଛି ଅସନ୍ତୋଷ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ଶୁଖୁଆର ଆଦର ଦେଶ ବିଦେଶରେ ରହିଛି। ଏଠାରେ ଅଧିକ ପରିମାଣ ଉତ୍ପାଦନ ମଧ୍ୟ ହେଉଛି। କିନ୍ତୁ ବାରମ୍ବାର ସତର୍କତା ସତ୍ୱେ ଶୁଖୁଆରେ ବ୍ୟବହାର ହେଉଛି କ୍ଷତିକାରକ ଫର୍ମାଲୀନ। ଏଥିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲଗାମ ରହୁଛି ନାଁ ସଚେତନ କରାଯାଉଛି। ଫଳରେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ସୃଷ୍ଟି ହେଉଛି। ପ୍ରଶାସନିକ ଅବହେଳାର ସୁଯୋଗ ନେଇ କିଛି ଶୁଖୁଆ ବେପାରୀ ଏଭଳି ବେନିୟମ କାମ କରିଚାଲିଛନ୍ତି। କିନ୍ତୁ କିଛି ବର୍ଷ ହେବ ଅସ୍ତରଙ୍ଗ ଅଞ୍ଚଳ ଶୁଖୁଆର ମାନ ବିଗିଡିବାରେ ଲାଗିଛି। ଯାହା ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ବୋଲି ଖାଉଟି ଙ୍କ ମହଲରେ ଅଭିଯୋଗ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଅତି ଉଚ୍ଚ ମାନର ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ୭ଦିନ ଖରାରେ ଶୁଖାଇବାକୁ ପଡୁଥିଲା।ସେ ଶୁଖୁଆ ବହୁ ଦିନ ପର୍ଯ୍ୟନ୍ତ ଗଛିତ ରହିପାରିବ। ଅସ୍ତରଙ୍ଗ ରୁ ଟନ ଟନ ଶୁଖୁଆ ଟ୍ରକ ମାଧ୍ୟ୍ୟମରେ ରାଜ୍ୟ ତଥା ବାହାର ରାଜ୍ୟ କେରଳ, ଛତିଶଗଡ ଆଦି ରାଜ୍ୟକୁ ଯାଇଥାଏ। ସେଥିରୁ ବୋରେଇ, ଲାଞ୍ଜି, କଣ୍ଟିଆ, ଚିଙ୍ଗୁଡ଼ି, ଖଇଂଗା, କୋକଲି ଆଦି ରପ୍ତାନି କରାଯାଇଥାଏ ବୋଲି ଶୁଖୁଆ ଖଳା ର ବ୍ୟବସାୟୀ ଲିଟୁ ବରାଳ କହିଛନ୍ତି। କିନ୍ତୁ ଏବେ କାର ଶୁଖୁଆ ବେଶି ଦିନ ପର୍ଯ୍ୟନ୍ତ ରହି ପାରୁନାହିଁ। କାରଣ ଶୁଖୁଆ ପ୍ରସ୍ତୁତ ହେବା ମାରେ କ୍ଷତିକାରକ ଫର୍ମାଲୀନ ପକାଯାଉଛି। ରାସାୟନିକ ଫର୍ମାଲୀନ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ। ଫୁସଫୁସ, ଖାଦ୍ୟନଳୀ, ପାକସ୍ଥଳୀ ଏପରିକି କୀଡୀନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ବୋଲି ଡକ୍ଟର ସୂଚନା ଦେଇଛନ୍ତି। ଏହି ଫର୍ମାଲୀନ ବ୍ୟବହାର ଉପରେ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି। କିନ୍ତୁ ପଲିଥିନି ବ୍ୟାନ ଭଳି ଫର୍ମାଲୀନ ବ୍ୟାନ ହୋଇଥିବା ବେଳେ ବହୁଳ ବ୍ୟବହାର ମଧ୍ୟ ହେଉଛି ବୋଲି ଖାଉଟି ଦିଜବର ମହାନ୍ତି, କୃଷ୍ଣ ବେହେରା କହିଛନ୍ତି। ଏ ସମ୍ପର୍କ ରେ ମସ୍ଚ୍ୟଜୀବି ଦିଲ୍ଲୀପ ବେହେରା କହିଛନ୍ତି, ମାଛ ଯେତେବେଳେ ପ୍ରଚୁର ପରିମାଣ ରେ ସମୁଦ୍ର କୂଳରେ ଧରାଯାଏ। ଏହାକୁ ଶୁଖୁଆ ଖଳାରେ ପ୍ରାକୃତିକ ଉପାୟରେ ଶୁଖାଇ ଗଛିତ ରଖାଯାଇ ଥାଏ। ଯେତେବେଳେ କୂଳ ଫିସିଂ ବନ୍ଦ ରହେ ସେତେବେଳେ ଏହାର ବିକ୍ରି ମଧ୍ୟ ଭଲ ହୋଇଥାଏ। କିନ୍ତୁ ଏବେ ମାଛରେ କେମିକାଲ ଦେବାରୁ ଶୁଖୁଆର ମାନ ଖରାପ ହୋଇଯାଉଛି। ଏ ସମ୍ପର୍କ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି ଏ ଘଟଣା ସମ୍ପର୍କରେ ଖୁବ ଶୀଘ୍ର ଚଢ଼ାଉ କରାଯାଇ ଶୁଖୁଆ ନମୁନା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି।


