ପ୍ରଶାନ୍ତ ଶତପଥୀଙ୍କ ନିଧନରେ ଶୋକସଭା

ବାଲେଶ୍ବର (ସରୋଜ ପଣ୍ଡା): ଫକୀରମୋହନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦଭବନରେ ସଂସଦର ସଦସ୍ୟମାନଙ୍କ ଦ୍ୱାରା ଦିବଙ୍ଗତ ପ୍ରଶାନ୍ତ ଶତପଥିଙ୍କ ଦାରୁଣ ବିୟୋଗରେ ଅମର ଆତ୍ମା ପାଇଁ ଶ୍ରଦ୍ଧାଞ୍ଜଳି ସହ ଏ ପ୍ରକାର ଆତଙ୍କବାଦୀ କାର୍ଯ୍ୟର ଘୋର ନିନ୍ଦା ପ୍ରକାଶ କରାଯାଇଥିଳା। ସଂସଦର ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଶହୀଦଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ସମୂହ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ସଦସ୍ୟ ନିଜ ନିଜର ବକ୍ତବ୍ୟରେ ଶହୀଦଙ୍କ ପରିବାର ପ୍ରତି ଗଭୀର ସମବେଦନା ସହ ପରିବାରର ସଦସ୍ୟଙ୍କ ଭବିଷ୍ୟତ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏ ପ୍ରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଏହି ସଭାରେ ଡା. ସୁଧାଂଶୁ ପରିଡ଼ା, ଉପସଭାପତି ଅନସୂୟା ନାୟକ, ଡ. ଶତୃଘ୍ନ ମଲ୍ଲିକ, ଗୋପାଳ ଚନ୍ଦ୍ର ଜେନା, ରମାକାନ୍ତ ମହାନ୍ତି, ରାମପ୍ରସାଦ ପ୍ରଧାନ, ଲକ୍ଷ୍ମୀକାନ୍ତ ଘୋଷ, ରାଜେନ୍ଦ୍ର କିଶୋର ରାୟ, ଯଶୋଦାନନ୍ଦନ ଆଶ୍‌, ପ୍ରଶାନ୍ତ କୁମାର ପାଢ଼ୀ, ମଧୁସୂଦନ ବେହେରା ଏବଂ ପାର୍ଥସାରଥି ଆଶ ନିଜ ନିଜର ଶ୍ରଦ୍ଧାଞ୍ଜଳି ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ