ଡିଏନ ହାଇସ୍କୁଲ ୨୦୦୦ ବ୍ୟାଚର ରୋପ୍ୟ ଜୟନ୍ତୀ ବନ୍ଧୁ ମିଳନ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ଧନୁର୍ଜୟ ନାରାୟଣ ହାଇସ୍କୁଲ ରାଜ୍ୟ ରେ ବେଶ ଜଣାଶୁଣା। ଏହି ବିଦ୍ୟାଳୟରୁ ବହୁ ପୁରାତନ ଛାତ୍ରଛାତ୍ରୀ ପାଠପଢି ରାଜ୍ୟ ତଥା ଦେଶରେ ବେଶ ସୁନାମ ଅର୍ଜନ କରିଛନ୍ତି। ଏହି ବିଦ୍ୟାଳୟର ୨୦୦୦ ମସିହାର ପୂର୍ବତନ ଛାତ୍ରଛାତ୍ରୀ ମାନେ ଆଜି ବିଦ୍ୟାଳୟ ପରିସରରେ ସେମାନଙ୍କ ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନ ପାଳନ କରିଛନ୍ତି।  କାର୍ଯ୍ୟକ୍ରମ ପ୍ରଥମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଦ୍ଵିପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ପରେ ଦିବଂଗତ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ଓ ସହପାଠୀଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ସମସ୍ତ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଫୁଲ, ଉତ୍ତରିୟ ଓ ସ୍ମୁତି ଫଳକ ଦେଇ ସମ୍ମାନିତ କରାଯାଇଥିଲା ବେଳେ ପରେ ସମସ୍ତେ ନିଜ ଅନୁଭୂତି ପ୍ରଦାନ କରିଥିଲେ। ପରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଲୁମୁନି ପକ୍ଷରୁ ସ୍ମୁତି ଫଳକ ପ୍ରଦାନ କରାଯାଇଥିଲା। ଏହାପରେ ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସ୍ମୃତିକୁ ରୋମାନ୍ଥନ କରିଥିଲେ। ପରେ ବିଦ୍ୟାଳୟର ସମ୍ମୁଖରେ ସାମୂହିକ ଚିତ୍ର ଉତ୍ତୋଳନ କରାଯାଇଥିଲା ବେଳେ ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।  ବିଦ୍ୟାଳୟର ପୂର୍ବତନ ଛାତ୍ର ସନ୍ତୋଷ ମହାପାତ୍ରଙ୍କ ସଂଯୋଜନାରେ ଏହି ରୌପ୍ୟ ଜୟନ୍ତୀ ବନ୍ଧୁ ମିଳନ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ୨୦୦୦ ବ୍ୟାଚ ଆଲୁମନି ସଭାପତି କଳିଙ୍ଗ ଦାସ ମହାପାତ୍ର, ସମ୍ପାଦକ କୀର୍ତ୍ତି ସୁନ୍ଦର ସାମଲ, ଅରୂପା ନନ୍ଦନ ପତି, ଶୁଭଦ୍ଵିପ ମିଶ୍ର, ଦୀପକ ମଣ୍ଡଳ, ଅମ୍ରିତା ସେନ ଗୁପ୍ତା, କୁମାର ଅୟସକାନ୍ତ, ଜ୍ଞାନ ରଞ୍ଜନ ମଲ୍ଲିକ , କମଳ ଲୋଚନ ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଦେଢ଼ସହ ପୂର୍ବତନ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ଯୋଗଦେଇଥିଲେ। ପଚିଶ ବର୍ଷର ଏହି ସ୍ମୃତିକୁ ନେଇ ନେଇ ପୂର୍ବତନ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ