ବିଇଓଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ସାହାରାପଡ଼ା ବ୍ଲକର ବିଇଓ ତପୋଧନ ସ୍ବାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି। ଆସନ୍ତା କାଲି ଅବସର ଗ୍ରହଣ କରିବାକୁ ଯାଉଥିବା ବିଇଓ ତପୋଧନ ସ୍ୱାଇଁଙ୍କୁ ଆଜି ତାଙ୍କ ନିଜ ବାସଭବନ ହାଟଡିହି ବ୍ଲକ ର ଶାସଙ୍ଗ ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏଥିରେ ହାଟଡିହି, ଆନନ୍ଦପୁର, ଘଷିପୁରା ଓ ସାହାରାପଡ଼ା, ଘଟଗାଁ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା କର୍ମଚାରୀ ସାମିଲ୍ ହେଇଥିଲେ। ପ୍ରାରମ୍ଭରେ ବର୍ଷୀୟାନ ଶିକ୍ଷକ ଗୁରୁ ସୁରେନ୍ଦ୍ର ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଇଓ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ପ୍ରାଥମିକ ଶିକ୍ଷାଦାନ କରିଥିବା ଶିକ୍ଷକ ସୁରେନ୍ଦ୍ର ରାଉତ, ଚୁଡ଼ାମଣି ଘଡେଇ ପ୍ରମୁଖଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ମାୟାଧର ଜେନା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ବିଶ୍ବାଳ, ପୁର୍ବତନ ବିଇଓ କମଳ ଲୋଚନ ବିଶ୍ୱାଳ, ପୁର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ, ପୁର୍ବତନ ବିଇଓ ଶରତ ରାଉତ, ସଦର ବିଇଓ ଓଁକାର ଅନ୍ୱେଷ, ହାଟଡିହି ବିଇଓ ରାଜୀବ ଦଳେଇ, ପୁର୍ବତନ ଏବିଇଓ ଚତୁର୍ଭୁଜ ପହି, ରଘୁନାଥ ବେହେରା, ଶିକ୍ଷାବିତ୍ ନାରାୟଣ ଲେଙ୍କା, ମୋହନ ମହାନ୍ତି, ପୁର୍ବତନ ଇବିଇଓ ସୁରେଶ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଜୀବନାଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ନିରଞ୍ଜନ ପାଢ଼ୀ, ସରାଗ ବିଶ୍ଵାଳ, ରାମକୃଷ୍ଣ ନାୟକଙ୍କ ସମେତ ଅନେକ ସହପାଠୀ ମଧ୍ଯ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଭାବର ଆଦାନ ପ୍ରଦାନ କରିଥିଲେ। କୁମୁଦିନୀ ସାମଲ, ନିରୁପମା ସ୍ୱାଇଁ, ପଙ୍କଜ ସ୍ବାଇଁ, ସୁଜିତ ଜେନା, ସଞ୍ଜୟ ସ୍ବାଇଁ, ସଞ୍ଜୀବ ସ୍ବାଇଁ, ମନୋଜ ସ୍ବାଇଁ, ସରୋଜ ସ୍ବାଇଁ, ବନୋଜ ସ୍ବାଇଁ, ବାରିଜ ସ୍ବାଇଁ, ସିପ୍ରା ରାଣୀ ଜେନା, ସିତାରାଣୀ ବେହେରା, ସାବିତ୍ରୀ ବେହେରା, ରାମଚନ୍ଦ୍ର ବେହେରା, ରଘୁନାଥ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଶାସଙ୍ଗ ଗ୍ରାମବାସୀଙ୍କ ସହିତ ଆଖପାଖ ଅଞ୍ଚଳର ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଯୋଗଦେଇଥିଲେ।