କଟକରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ
କଟକ (ଓ୍ବାଇଏନଏସ): କଟକରେ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ବର୍ଷୀୟ ଜଣେ ବ୍ୟକ୍ତି ଟେଷ୍ଟ ରିପୋର୍ଟ ଆସିବା ପରେ ପଜିଟିବ ଥିବା ଜଣାପଡିଛି । ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ହେବ ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ଥିଲେ । କୋଭିଡ ପରୀକ୍ଷା କରାଇବାରୁ ପଜିଟିଭ ଥିବା ସ୍ପଷ୍ଟ ହୋଇଛି ।ପୁରୁଷ ସଂକ୍ରମିତ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଥିବା କହିଛନ୍ତି କଟକ ସିଡିଏମଓ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାକୁ ଫେରିଛି କରୋନା । ଓଡ଼ିଶାରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୬ ରେ ପହଞ୍ଚିଛି । ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଏବଂ କଟକରୁ ଜଣେ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି।


