ପିପୁଲସ ହାଇସ୍କୁଲର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ବୁଗୁଡା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ ହାଇ ସ୍କୁଲର ୧୯୭୨ ମାଟ୍ରିକ ବ୍ଯାଚ୍ ପୁରାତନ ଛାତ୍ର ସଂଘ ପକ୍ଷରୁ ପିପୁଲସ ହାଇ ସ୍କୁଲର ୨୦୨୫ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂଘ ପକ୍ଷର କୈଳାଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଏସ୍ଏମସି ସଭାନେତ୍ରୀ ସୁଜାତା ପାଢୀ , ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, ଅଭିଭାବକ କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ୨୦୨୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୦୨ ମାର୍କ ହାସଲ କରି ପିପୁଲସ ହାଇ ସ୍କୁଲର ଟପର ବିବେଚିତ ଛାତ୍ର ସଂଗ୍ରାମ କେଶରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହ ମାତୃଭାଷା ଓଡିଆ ବିଷୟରେ ସର୍ବାଧିକ ୯୪ ନମ୍ବର ହାସଲ କଟିଥିବା ଅନ୍ଯତମ ଛାତ୍ର ସନ୍ତୋଷ କୁମାର ପରିଡାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଭୟ ପ୍ରସାଦ ପାଣିଗ୍ରାହୀ ଓ ତ୍ରିଲୋଚନ ସାହୁ ସହଯୋଗ କରିଥିବା ବେଳେ ଟି. ସୁଦର୍ଶନ ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଧନ୍ଯବାଦ ଅର୍ପଣ କରିଥିଲେ।