ନାଉଗାଁ ବ୍ଲକରେ କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ମା’ଜାଗୁଳାଇ ପୀଠରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଆହ୍ୱାନରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଚୟନ ପାଇଁ ସଙ୍ଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ପଂଚାୟତସ୍ତରର ସମସ୍ତ କର୍ମୀ ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସ କମିଟିର ସଂଯୋଜକ ନଟବର ବାରିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ଏମ.ଲିଜୁ ଯୋଗ ତୃଣମୂଳସ୍ତରରେ କଂଗ୍ରେସ ଦଳକୁ ମଜବୁତ କରିବା ସହ ପ୍ରତ୍ୟେକ ଘରର ସଦସ୍ୟଙ୍କୁ କିପରି ଦଳ ସହ ସଂଯୁକ୍ତ କରାଯିବ ସେବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପାଇଁ କର୍ମୀମାନଙ୍କ ମତାମତ ଗ୍ରହଣ କରିବା ସହ କର୍ମୀମାନଙ୍କ ଠାରୁ ୩ ଜଣଙ୍କ ନାମ ଲେଖା ହୋଇଥିବା ଫର୍ମକୁ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିୟୋଜିତ ଜିଲ୍ଲା ପ୍ରଭାରୀ ରାଜକିଶୋର ବାରିକ, ଜଗତସିଂହପୁର ନିର୍ବାଚନମଣ୍ଡଳୀ ବିଧାୟିକା ପ୍ରାର୍ଥନୀ ପ୍ରତିମା ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବବ୍ରତ ନାୟକ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ବିଚିତ୍ରାନନ୍ଦ ଲେଙ୍କା ପରିଚାଳନା କରିଥିବା ବେଳେ ବିଭିନ୍ନ ପଂଚାୟତରୁ ଶତାଧିକ କର୍ମୀ ଯୋଗ ଦେଇଥିଲେ।