ପୋଲସରା ଓ ବୁଗୁଡ଼ାରେ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ

ପୋଲସରା/ବୁଗୁଡ଼ା (ଅନୀଲ କୁମାର ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡ଼ା ସହରରେ ସେପ୍ଟେମ୍ବର ୯ ତାରିଖ ଦିନ କଂଗ୍ରେସ  ଦଳ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁଇ ବ୍ଳକ କାର୍ଯ୍ୟକ୍ରମରେ ଆଇନଜୀବୀ ଅଗସ୍ତି ବରାଡଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଦୁଇ କାର୍ଯ୍ୟକ୍ରମରେ ଏଆଇସିସି  ସମ୍ପାଦକ ତଥା ମହାରାଷ୍ଟ୍ରର ପିସିସି ଉପସଭାପତି ସଚିନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସର ସ୍ଥିତି ପରଖିବା ସହିତ ଦଳୀୟ ସଂଗଠନ ଉପରେ  ଆଲୋଚନା କରଥିଲେ। କଂଗ୍ରେସ ଦଳ ଲୋକଙ୍କ ସହିତ ରହିଥିଲା, ରହିଅଛି ଓ ରହିବ  ବୋଲି ଏଆଇସିସି  ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କହିଥିଲେ। ପଞ୍ଚାୟତ ସ୍ତରରୁ ବ୍ଲକ, ଏନଏସି ଓ ମ୍ୟୁନ୍ସିପାଲଟି ରେ କଂଗ୍ରେସ ଅଧିକରୁ ଅଧିକ ମଜଭୁତ ହୋଇପାରିବ ସେ ନେଇ ଦଳୀୟ କର୍ମୀଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ଜିଲ୍ଲା ସହ ସଂଯୋଜକ ଦେବକାନ୍ତ ଶର୍ମା, ପୋଲସରା ବ୍ଲକର ପର୍ଯ୍ୟବେକ୍ଷକ ଅଞ୍ଜନା ତ୍ରିପାଠୀ, ରୋହିତ ମହାପାତ୍ର, ହରପ୍ରସାଦ ବେହେରା, ଚନ୍ଦ୍ରଧ୍ୱଜ  ସାହୁ, ଦୁର୍ଗା ଚରଣ ସାହୁ, ରଘୁନାଥ ସାହୁ, ପ୍ରଶାନ୍ତ ଆଚାର୍ଯ୍ୟ, ବୁଗୁଡ଼ା ବ୍ଲକ ସଭାପତି ଶଙ୍କର୍ଷଣ ବେହେରା , ଜାନକୀ ବଲ୍ଲଭ ରାଉତ, ପିସିସି ମେମ୍ବର ସୁଜିତ କୁମାର ସ୍ବାଇଁ, ସିମାଞ୍ଚଳ ଖଟେଇ, ମାନସ ଦାସ, ସୁବ୍ରତ ପଟ୍ଟନାୟକ, ଦିଲ୍ଲୀପ ଦାସଙ୍କ ସମେତ ଉଭୟ ବ୍ଳକର କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ