ଗୁରୁ ଦିବସରେ ୧୬ ଜଣ ସେବନିବୃତ ଶିକ୍ଷକ/ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ବୁଗୁଡା,(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ବ୍ଳକର ୧୬ ଜଣ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପଶୁ ଓ ମତ୍ସ୍ୟ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ବୃନ୍ଦ ମନୋରଞ୍ଜନ ଦାଶ, ସୁଦର୍ଶନ ପ୍ରଧାନ, ସୁବାସ ଚନ୍ଦ୍ର ଦାସ ଏବଂ ଶିକ୍ଷୟିତ୍ରୀ ବୃନ୍ଦ ମଞ୍ଜୁଳା ଦାସ, ସରସ୍ୱତୀ ଦାସ, କଳ୍ପନା ଦେବୀ, ପ୍ରମିଳା ପଟ୍ଟନାୟକ, ସଚଳା ମହାରଣା, ରୀତା ବ୍ରହ୍ମା, ପ୍ରତିଭା ମିଶ୍ର, ସଂଯୁକ୍ତା ଦଳାଇ, ଧନ୍ୱନ୍ତରୀ ଦେବୀ, ସଂଯୁକ୍ତା ଗୌଡ଼, ରାଜଲକ୍ଷ୍ମୀ ଶତପଥୀ, ମୀନ କୁମାରୀ ରଥ ଓ ସୁଜାତା ପାଢ଼ୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ବିକଶିତ ଭାରତ ଓ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷକମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ସଂଘର ସଭାପତି ପ୍ରତାପ କୁମାର ଖାଡଙ୍ଗା ଅଧ୍ୟକ୍ଷତା କରିଥିବା ବେଳେ ସେବାନିବୃତ ଶିକ୍ଷକ ସଂଘର ସଭାପତି ବିଶ୍ଵମୋହନ ମିଶ୍ର ମୁଖ୍ୟବକ୍ତା ଏବଂ ବୁଗୁଡା ସବ-ଟ୍ରେଜେରୀ ଅଫିସର ମଞ୍ଜୁଳା କୁମାରୀ ପଣ୍ଡା , ସମାଜସେବୀ ବୃନ୍ଦ ପ୍ରଭାକର ପଣ୍ଡା, କେ.ନୀଳମାଧବ ଆଚାରୀ, ଇ.ମଦନ ଗୋପାଳ ଦୋରା, କେଦାରନାଥ ମହାରଣା ଓ କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନପିଏସ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ଼ ସଂଯୋଜନା କରିଥିବା ବେଳେ ଶିକ୍ଷକ ସଂଘ ସହ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା ବିବରଣୀ ପଠନ କରିଥିଲେ ଏବଂ ରାଜେଶ କୁମାର ସାହୁ, ସୁରେନ୍ଦ୍ର ଜେନା ଓ କମଳ ଲୋଚନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଜୟନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ