ବାଲି ଅଭାବ ଯୋଗୁଁ ଠିକଣା ସମୟରେ ଶେଷ ହୋଇପାରୁନି ଅନ୍ତ୍ୟୋଦୟ ଗୃହ ନିର୍ମାଣ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ତରଫରୁ ଗରିବ ପରିବାର ଚିହ୍ନଟ କରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରି ଛାତ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ହେଉଥିବା ବାଲି ର ଅହେତୁକ ଦର ବୃଦ୍ଧି ହେବା ସହିତ ଠିକଣା ସମୟରେ ବାଲି ମିଳୁନଥିବାରୁ ଆଜି ହିତାଧିକାରୀ ମାନେ ଗୃହ କାର୍ଯ୍ୟ ଆଗେଇ ନେଇ ପାରୁ ନାହାନ୍ତି। ସରକାର ତରଫରୁ ଅନ୍ତ୍ୟୋଦୟ ଯୋଜନା ରୁ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଗୃହ ନିର୍ମାଣ କରିବା ପାଇଁ। ସରକାର ଠାରୁ ଅନୁମତି ପାଇଲା ପରେ ହିତାଧିକାରୀମାନେ ମାନେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି ସତ କିନ୍ତୁ ଗୃହ ନିର୍ମାଣ କରିବା ପାଇଁ ଆବଶ୍ୟକ ହେଉଥିବା ବାଲି,ଇଟା ଠିକଣା ସମୟରେ ପାଇଁ ପାରୁ ନାହାନ୍ତି ଯାହା ଫଳରେ ସରକାର କରିଥିବା ଧାର୍ଯ୍ୟ ସମୟ ମଧ୍ୟରେ ଗୁହ କାର୍ଯ୍ୟ ଶେଷ କରିପାରୁ ନ ଥିବା ଦେଖିବାକୁ ମିଳିଛି। ଏପଟେ ଅନ୍ତ୍ୟୋଦୟ ଯୋଜନା ରୁ ଘର ପାଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି ଯେ ଘର କରିବା ପାଇଁ ବାଲି ନିତ୍ୟାନ୍ତ ଆବଶ୍ୟକ ହେଉଛି ।କିନ୍ତୁ ବାଲି ଠିକଣା ସମୟରେ ପାଇ ପାରୁନାହାନ୍ତି ଯାହା ଫଳରେ ଗୃହ କାମ ଆଗେଇ ପାରୁ ନାହାନ୍ତି। ବାଲି ଯୋଗାଣ ରେ ବାଧକ ସାଜିଛନ୍ତି ଲଘୁ ଖଣି ଅଧିକାରୀ ଓ ସ୍ଥାନୀୟ ପୁଲିସ ପ୍ରଶାସନ ର ଅଧିକାରୀ ମାନେ। ଟ୍ରାକ୍ଟର ମାଲିକ ମାନେ ନିକଟସ୍ଥ ନାଳରୁ ବାଲି ଘର ପାଇଥିବା ହିତାଧିକାରୀ ମାନଙ୍କୁ ଯୋଗାଉଥିବା ବେଳେ ଉକ୍ତ ଟ୍ରାକ୍ଟର ଗୁଡିକୁ ଲଘୁ ଖଣି ଅଧିକାରୀ ଏବଂ ପୁଲିସ ପ୍ରଶାସନ ଗାଡି ଗୁଡ଼ିକୁ ଧରି ବେଆଇନ ବାଲି ଚାଲାଣ କରୁଥିବା ଦର୍ଶାଇ ୩୫ ରୁ ୪୦ ହଜାର ଟଙ୍କା ଫାଇନ କରୁଥିବା ରୁ ଟ୍ରାକ୍ଟର ମାଲିକ ମାନେ ବାଲି ଅନ୍ୟୋଦୟ ଗୃହ ଗୁଡିକୁ ଯୋଗାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଯାହା ଫଳରେ ଝୁମ୍ପୁରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଅନ୍ତ୍ୟୋଦୟ ଗୃହ ପାଇଥିବା ହିତାଧିକାରୀ ମାନେ ଗୃହ ଗୁଡିକୁ ସଂପୂର୍ଣ୍ଣ କରି ପାରୁନଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷ ଅନ୍ୟୋଦୟ ଗୃହ ନିର୍ମାଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ