କରଞ୍ଜ ଠୁ ଦହିମାଛ ରାସ୍ତା ନିର୍ମାଣରେ ଦୁର୍ନୀତି: ଅର୍ଥ ପଇଠ ପରେବି ମିଳୁନି ତଥ୍ୟ 

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ଡିଭିଜନ -୨ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡ଼ା ଆରଡି ସବଡିଭିଜନ ଅଧିନସ୍ତ କରଞ୍ଜ ଠାରୁ ଦହିମାଛ ଭାୟା ଗୋଖାପଡ଼ା ରାସ୍ତା ଉନ୍ନତି କରଣ ନିମନ୍ତେ ୬୬୭.୭୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରାୟ ଦୁଇ କିଲୋମିଟର ବିଶିଷ୍ଟ ରାସ୍ତାର ଉନ୍ନତି କରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଇ ନିମ୍ନମାନର କାର୍ଯ୍ୟ କରାଯାଇଛି। ଉନ୍ନତି କରଣ କାର୍ଯ୍ୟ ଆଳରେ ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନମାନର କରାଯାଇ ଅର୍ଥକୁ ହରିଲୁଟ କରାଯାଇଛି। ତେଣୁୁ ଏହାର ସତ୍ୟାସତ୍ୟ ଜାଣିବା ନିମନ୍ତେ କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୨ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଅନୁଯାୟୀ ଗତ ୧୩ ।୮ା୨୦୨୫ ରିଖ ସୂଚନା ନିମନ୍ତେ ଆବେଦନ କରିଥିଲେ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ। ଏଥିସହିତ ଜନ ସୂଚନା ଅଧିକାରୀଙ୍କ ପତ୍ର ଅନୁଯାୟି ଆବେଦନକାରୀ ସୂଚନା ପ୍ରାପ୍ତି ବାବଦକୁ ପାଞ୍ଚ ଶହ ଆଠ ଟଙ୍କା ଦାଖଲ କରିସାରିଥିଲେବିିି ସମ୍ପୂର୍ଣ୍ଣ ତଥ୍ୟ ତାଙ୍କୁ ପ୍ରଦାନ କରାନଯାଇ ଅଧାପନ୍ତରିଆ ଓ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହା ସୂଚନା ଅଧିକାର ଆଇନର ଉଲଂଘନ କରୁଥିବା ଆବେଦନକାରୀ ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି। ତେଣୁ ଆବେଦନକାରୀ ସମ୍ପୂର୍ଣ ସୂଚନା ପ୍ରାପ୍ତି ନିମନ୍ତେ ଆଇନ ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୨ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଗତ ୭ା୧୦ା୨୦୨୫ ରିଖରେ ପ୍ରଥମ ଅପିଲ କରିଥିଲେ। କିନ୍ତୁ ଅଦ୍ୟାବଧି ଏକ ମାସ ପୁରଣ ପରେବି ତାଙ୍କ ଅପିଲ ଦରଖାସ୍ତର ଆଜି ଯାଏ ଶୁଣାଣି କରାଯାଇ ନାହିଁ କିମ୍ବା ତାଙ୍କୁ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇ ନାହିଁ। ଫଳରେ ସେ ସମ୍ପୂର୍ଣ ତଥ୍ୟ ପ୍ରାପ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଜନସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ବିଳମ୍ବ ଏବଂ ପ୍ରଥମ ଅପିଲ କତ୍ତୃପକ୍ଷ ଆବେଦନକୁ ଶୁଣାଣି ନକରିବା ଘଟଣା ଉକ୍ତ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଚପାଇ ରଖିବା ପାଇଁ ଏକ ପ୍ରୟାସ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଆବେଦନକାରୀ କହିଛନ୍ତି। ତେଣୁ ଆଗାମୀ ପନ୍ଦର ଦିନ ମଧ୍ୟରେ ତାଙ୍କ ଆବେଦନ ମୁତାବକ ସମସ୍ତ ତଥ୍ୟ ପ୍ରଦାନ ସହିତ ଉକ୍ତ ରାସ୍ତା ଉନ୍ନତି କରଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ୨୪ା୧୨ା୨୦୨୫ ରିଖ ବୁଧବାର ସୂଚନା ଅଧିକାର ଆଇନ ଉଲ୍ଲଙ୍ଘନ ପ୍ରତିବାଦରେ ଗ୍ରାମ୍ୟ ଉନ୍ନୟନ ଡିଭିଜହନ-୨ କାର୍ଯ୍ୟାଳୟ ସମ୍ମୁଖରେ ଦୁଷ୍ମନ୍ତ ଧାରଣା ଦେବେ ବୋଲି ଗ୍ରାମ୍ୟ ଉନ୍ନୟନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଚେତାବନୀ ଦେଇଛନ୍ତି। ଏହି ଧାରଣାକୁ ସମର୍ଥନ କରି ବହୁ ସାମାଜିକ କର୍ମୀ , ସୂଚନା ଅଧିକାର କର୍ମୀ ଓ ବହୁ ସଂଗଠନର ସଦସ୍ୟମାନେ ସାମିଲ ହେବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ