ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ନଷ୍ଟ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡାର ସ୍ମଶାନ ଘାଟ ନିକଟରେ ଥିବା ମିଶନଶକ୍ତି ଘରେ ଗଛିତ ରଖାଯାଇଥିବା କପା ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି,ସୁଚନା ଅନୁଯାୟୀ ମୁନିଖୋଲସ୍ଥିତ ବୁରୁଜୁଗୁଡା ଗ୍ରାମର ଉଦ୍ଧବ କାଡ୍ରାକା ନାମକ ଜଣେ ବ୍ୟକ୍ତି କପା ତୋଳି ଆଣି ଏହି ଘରେ ରଖିଥିଲେ । ଶନିବାର ସକାଳୁ ସେହି ଘରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ କିଛି ଲୋକେ ତାଙ୍କୁ ଖବର ଦେଇଥିଲେ ସେ ସେହି ସ୍ଥାନରେ ପହଞ୍ଚି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉଦ୍ଧବଙ୍କ ଲକ୍ଷାଧିକ ଟଙ୍କାର କପା ନଷ୍ଟ ହୋଇଯାଇଛି,ଘଟଣା ପରେ ଉଦ୍ଧବଙ୍କ ମନ ଦୁଖଃ ହୋଇଥିବ କହିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ