ନିର୍ମଳ ଓଝାଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ଅଦାଲତ

ହାଟଡିହି (ଓ୍ବାଇଏନଏସ):- ଆଜି  ହାଟଡିହି  ଜେ. ଏମ. ଏଫ. ସି ଅଦାଲତର ବିଚାରପତି ଶ୍ରୀଯୁକ୍ତ ସୌରଭ ଶର୍ମା  ଜି. ଆର କେସ ନଂ – ୪୬୦/୨୦୧୦ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି | ନନ୍ଦିପଦା ଥାନା ଅଧୀନ ନୂଆରମ୍ପାସ  ଗ୍ରାମରେ ଗତ ୧୭।୧୦।୨୦୧୦ ରେ ଏହି ମାମଲାର ଏତଲାକରି ମହେଶ୍ୱର ସୁତାରଙ୍କର  ଭାଇ ଲକ୍ଷ୍ମଣ ସୁତାରଙ୍କୁ ଏହି କେସ ର ମୁଦାଲା ମାନେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ। ସେଥିପାଇଁ ନନ୍ଦିପଦା ଥାନାରେ  ପି.ଏସ କେସ ନଂ – ୭୧/୨୦୧୦ ରେ ଏକ ମାମଲା ରୁଜୁ ହୋଇ କୋର୍ଟରେ ବିଚରାଧୀନ ଥିଲା । ମାନ୍ୟବର ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣ ଏବଂ ଇଞ୍ଜୁରୀ ରିପୋର୍ଟ କୁ ଭିତିକରି ଆଜି ଅଭିଯୁକ୍ତ ନିର୍ମଳ ଓଝାକୁ ଭାରତୀୟ ଦଣ୍ଡ ଵିଧି ଆଇନର ଧାରା ୩୪୧/୩୨୩/ ୩୨୫ ଅନୁସାରେରେ  ଦଣ୍ଡ ପ୍ରଦାନ କରିଛନ୍ତି। ଧାରା ୩୪୧ ଅନୁସାରେ ଦୋଷୀକୁ ୫୦୦ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୭ ଦିନ ସରଳ ଜେଲଦଣ୍ଡ  ଏବଂ ଧାରା ୩୨୩ ଅନୁସାରେ ଦୋଷୀକୁ ୧ବର୍ଷ ଦଣ୍ଡା ଦେଶ ସହିତ ୧୦୦୦ ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୧୦ ଦିନ ସରଳ କାରାଦଣ୍ଡାଦେଶ  ଏବଂ ଧାରା  ୩୨୫ଅନୁସାରେ ଦୋଷୀକୁ ୨ ବର୍ଷ କାରାଦଣ୍ଡ ସହିତ ୫୦୦୦ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୩୦ ଦିନ ସରଳ କାରାଦଣ୍ଡଦେଶ ପ୍ରଦାନ କରିଛନ୍ତି | ଅଦାଲତ ସମସ୍ତ ୩ ବର୍ଷ ଜେଲଦଣ୍ଡ ଓ ଜୋରିମାନା କୁ ଏକା ସମୟରେ ଦୋଷୀ କୁ ଭୋଗ କରିବାକୁ ରାୟ ପ୍ରଦାନ କରିଛନ୍ତି।  ସରକାରଙ୍କ ତରଫରୁ ଏହି ଅପରାଧିକ ମାମଲାକୁ  ଓଡିଶା ପ୍ରୋସିକ୍ୟୁସନ ସର୍ଭିସ ୨୦୨୨ ବ୍ୟାଚର କ୍ୟାଡ଼ର ସରକାରୀ ଆଇନଜୀବୀ ଚନ୍ଦନ କୁମାର ସ୍ୱାଇଁ ଏବଂ ସରକାରୀ ଆଇନଜୀବି ଦଶରଥ ଜେନା ଓ ବାଳକୃଷ୍ଣ ନାୟକ ପରିଚାଳନା କରୁଥିଲେ | କେନ୍ଦୁଝର ଜିଲ୍ଲା ଲୋକ ଅଭିଯୋଗ ନିର୍ଦ୍ଦେଶାଳୟ ମାମଲାର ବିଚାର, ଯୁକ୍ତି ଓ ଦଣ୍ଡ ଶୁଣାଣି ସମୟରେ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ