ସିପିଆଇର ବନ୍ତ ଜୋନ୍ ସାଧାରଣ ସଭା

ବନ୍ତ,(ଚାନ୍ଦିନୀ ମହାନ୍ତି ) : ଆଜି ବନ୍ତ ଠାରେ ସିପିଆଇର ବନ୍ତ ଜୋନ୍ ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି l ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୋନ୍ ସମ୍ପାଦକ ଗୋପଵନ୍ଧୁ ସେଠୀ ବିବରଣୀ ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ ଏକଛତ୍ରବାଦୀ ବିଜେପି ଶାସନରେ ଶୋଷଣ,କଷଣ, ଜାତି, ଧର୍ମ ନାମରେ ଜନଗଣଙ୍କୁ ବିଭାଜନ, ଘୃଣା, ହିଂସା, ଅତ୍ୟାଚାର, ଭୀଡ ହତ୍ୟା ନିତିଦିନିଆ କଥା ହୋଇଥିବା ବେଳେ ଜିଏସଟି ନାମରେ ଜନଗଣଙ୍କ ରକ୍ତ ଶୋଷଣ, ଦେଶର ସମସ୍ତ ସମ୍ବଳ ଆଦାନୀ ଓ ଟାଟା ସମେତ ହାତଗଣତି ରାହୁ ପୁଞ୍ଜିପତିଙ୍କ ପାଦତଳେ ସମର୍ପଣ କରି ଦେଶକୁ କାଙ୍ଗାଳ କଲାଣି ବୋଲି କହିଥିଲେ । ଅଗଷ୍ଟ ୬ରୁ ୧୫ ଘରକୁ ଘର ପଦଯାତ୍ରା, ସେପ୍ଟେମ୍ବର ୧ରେ ଦିଲ୍ଲୀ ଚାଲ, ପରିବର୍ତ୍ତନ ଜରୁରୀ ମହାସମାବେଶ ରାମଲୀଳା ମଇଦାନରେ ସଫଳତା ପାଇଁ ଆହ୍ଵାନ ଦେଇଥିଲେ। ଏଥିରେ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ ଯୋଗ ଦେଇ ପଦଯାତ୍ରାର ଜନ ଦାବି ସମ୍ପର୍କରେ ସୂଚନା ଦେଇଥିଲେ l ଵୈଠକରେ ଜିଲ୍ଲା ସମ୍ପାଦକ ଶୁଭେନ୍ଦୁ ପ୍ରତାପ ମହାନ୍ତି ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ପଦଯାତ୍ରାର ରୋଡ ମ୍ୟାପ୍ ଉପସ୍ଥାପନ କରିଥିଲେ। ଜିଲ୍ଲା ସହ ସମ୍ପାଦକ ରମେଶ ଚନ୍ଦ୍ର ଜେନା, ଜୋନ ସହ ସମ୍ପାଦକ ଦିଲ୍ଲୀପ ନାୟକ ଓ ଅରବିନ୍ଦ ବିଶ୍ଵାଳ, ଶାଖା ସମ୍ପାଦକ ବିଷ୍ଣୁ ଜେନା, ଧନେଶ୍ଵର ଜେନା, ଅଭିମନ୍ୟୁ ଜେନା, କମଳା କାନ୍ତ ଜେନା, ନୀରଞ୍ଜନ ନାୟକ, ଜୟନ୍ତ ଜେନା, ସରପଞ୍ଚ ସଂଗ୍ରାମ କେଶରୀ ଜେନା,ସ୍ଵର୍ଣ୍ଣଲତା ଖିଲାର, କଲିମମୁଲା ଖାଁ, ଫକୀରୁଦ୍ଦିନ ଖାଁ, ଭାସ୍କର ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ l ଅଗଷ୍ଟ ୬ରେ ଟିଲୋ, ୭ରେ ସେଣ୍ଢତୀରା, ୮ରେ ନିଳୋକ, ୯ରେ ପଧାନପଡା, ୧୦ରେ ବନ୍ତ, ୧୨ରେ ରାମଚନ୍ଦ୍ରପୁର, ୧୩ରେ କାଦଵରାଙ୍ଗ ପଞ୍ଚାୟତରେ ପଦଯାତ୍ରା ସହ ସେପ୍ଟେମ୍ବର ୧ ଦିଲ୍ଲୀ ଚାଲ ଓ ରାମଲୀଳା ମଇଦାନରେ ପରିବର୍ତ୍ତନ ଜରୁରୀ ମହା ସମାବେଶ ସଫଳତା ପାଇଁ ୨୯ ଓ ୩୦ ଅଗଷ୍ଟ ବିଭିନ୍ନ ଟ୍ରେନରେ ଦିଲ୍ଲୀ ଯାତ୍ରା ହେବ ବୋଲି ସ୍ଥିର କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ସେଠୀ, କିଶୋର ବେହେରା, ବ୍ରଜମୋହନ ରାଉତ, କୃଷ୍ଣଚନ୍ଦ୍ର ଜେନା, ପର୍ଶୁରାମ ସ୍ଵାଇଁ, ପଞ୍ଚାନନ ସେଠୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ