ସିପିଆଇ ର ଶାଖା ସମ୍ମିଳନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ମା’ ଖେମୁଣ୍ଡି କାଳୁଆ ଶକ୍ତି ପୀଠ ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗୋପାଳପୁର ଶାଖା କମିଟି ର ବାର୍ଷିକ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। କମ୍ରେଡ ଉଗ୍ରସେନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କମ୍ରେଡ୍ ରମେଶ ଭୂୟାଁ ପାର୍ଟିର ଲାଲ ପତାକା ଉତ୍ତୋଳନ କରିଥିଲେ। ୪୧ ଜଣ ପାର୍ଟି କମ୍ରେଡ୍ ଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ସିପିଆଇ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ପ୍ରକାଶ ପାତ୍ର ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଜନମାରଣ ନୀତି, ଦୁର୍ନୀତି, ଭ୍ରଷ୍ଟାଚାର, ଭୋଟ ଚୋରୀ, ଚାନ୍ଦାଚୋରୀ,ଜାତିଆଣ ଭାବ ଓ ସାମ୍ପ୍ରଦାୟିକତାବାଦ ନୀତି କୁ ସେ ତୀବ୍ର ସମାଲୋଚନା କରିଥିଲେ।ସିପିଆଇ ର ଗଞ୍ଜାମ ଜିଲା ସହ ସମ୍ପାଦକ କମ୍ରେଡ୍ ପ୍ରଦୀପ ସେଠୀ,ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଜିଲ୍ଲା ସମ୍ପାଦକ କମ୍ରେଡ ଅଳକ ନାଥ ମିଶ୍ର, କମ୍ରେଡ୍ ବୃନ୍ଦାବନ ପଣ୍ଡା, ବଡଖେମୁଣ୍ଡି ଜୋନ ସହ ସମ୍ପାଦକ କମ୍ରେଡ୍ ଦୈତାରୀ ରେଡ୍ଡୀ,ଦିଗପହଣ୍ଡି ଶାଖା ସମ୍ପାଦକ କମ୍ରେଡ୍ ତପନ କୁମାର ମିଶ୍ର, ସିଦ୍ଧେଶ୍ଵର ଶାଖା ସମ୍ପାଦକ ମୂଷା ବେହେରା,ଭୀଷ୍ମଗିରି ଶାଖା ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀ,ବି. ଶୁକୁଟା ପ୍ରମୁଖ ସମ୍ମିଳନୀରେ ଉଦବୋଧନ ଦେଇଥିଲେ।ସିପିଆଇ ରାଜ୍ୟ କମିଟି ର ଡାକରା କ୍ରମେ ଗତ ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ରେ କ୍ଷତିଗସ୍ତ ମାନଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ଦାବିରେ ଉତ୍କଳ ରାଜ୍ୟ କୃଷକ ସଭା ପକ୍ଷରୁ ଆସନ୍ତା ୧୩ତାରିଖ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ଏବଂ ଆସନ୍ତା ଡିସେମ୍ବର ୩ ତାରିଖ ଛତ୍ରପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ସତ୍ୟାଗ୍ରହ ଆନ୍ଦୋଳନ ରେ ଶାଖା କମିଟି ପକ୍ଷରୁ ଅନ୍ୟୁନ୍ୟ ୨୦ ଜଣ କମ୍ରେଡ୍ ଅଂଶଗ୍ରହଣ କରିବା ପାଇଁ ସମ୍ମିଳନୀରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ସିପିଆଇ ଗୋପାଳପୁର ଶାଖା ସଙ୍ଗଠନକୁ ସୁଦୃଢ କରିବା ପାଇଁ କମ୍ରେଡ୍ ଉଗ୍ରସେନ ସେଠୀ ଙ୍କୁ କୃଷକ ସଙ୍ଗଠନ, କମ୍ରେଡ୍ ପ୍ରଶାନ୍ତ ସ୍ଵାଇଁ – ଯୁବ ସଙ୍ଗଠନ, କମ୍ରେଡ୍ ପ୍ରଦୀପ ପରିଡା-କ୍ଷେତ ମଜଦୁର ସଙ୍ଗଠନ, କମ୍ରେଡ୍ ଅମିତା ଗୌଡ ଓ ନମିତା ସ୍ଵାଇଁ ଙ୍କୁ –ମହିଳା ସଙ୍ଗଠନ, କମ୍ରେଡ୍ ଶୁଭମ ଭୂୟାଁ ଙ୍କୁ ଛାତ୍ର ସଙ୍ଗଠନ ଦାୟିତ୍ୱ ଅର୍ପଣ କରାଯାଇଥିବା ଜଣାପଡ଼ିଛି।ସେହିପରି ପାର୍ଟି ର ଶାଖା ସମ୍ପାଦକ ଭାବେ କମ୍ରେଡ୍ ଲୋକନାଥ ବିଷୋୟୀ ଙ୍କୁ ସର୍ବସମ୍ମତ କ୍ରମେ ପୁନଃ ନିର୍ବାଚିତ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ କମ୍ରେଡ୍ ଟୁନା ବିଷୋୟୀ ଙ୍କୁ ନିର୍ବାଚିତ କରାଯାଇଥିବା ଜଣାପଡ଼ିଛି।


