ସିପିଆଇର ୨୪ତମ ଜୋନ୍ ସମ୍ମିଳନୀ ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ୨ ଦିନ ଧରି ଚାଲିଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୪ତମ ଜୋନ୍ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି । ପ୍ରାରମ୍ଭରେ ଶତାଧିକ ସାଥୀ ଓ ସମର୍ଥକ ମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ । ପରେ ବଜାର ନିକଟସ୍ଥ ପଡିଆ ଠାରେ ରବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ପ୍ରଶାନ୍ତ କୁମାର ମିଶ୍ର, ଭଦ୍ରକ ଜିଲା ସିପିଆଇ ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସମ୍ପାଦକ ରମେଶ ଜେନା, ଜିଲା କାର୍ଯ୍ୟକାରୀ କମିଟିର ସଭ୍ୟ ବାବାଜି ଚରଣ ଜେନା, ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଫକୀର ଚରଣ ବିଶ୍ୱାଳ, ନିରଞ୍ଜନ ନାୟକ, ଟିଲୋ ସରପଞ୍ଚ ତଥା ଆଇନଜୀବି ସଂଗ୍ରାମ କେଶରୀ ଜେନା, ଯୁବନେତା ଦୀଲିପ ନାୟକ, ଅରବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନର ରାଜନୈତିକ, ଆର୍ଥିକ ଏବଂ ସାମାଜିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସାଧାରଣ ସଭା ପରେ ସମ୍ମିଳନୀ ମଣ୍ଡପ ନିକଟରେ ଲାଲ ପତାକାକୁ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ ଉତ୍ତୋଳନ କରିଥିଲେ । ସାଥୀ ଗୋପବନ୍ଧୁ ସେଠୀ, ଋକ୍ମଣୀ ଜେନା ଏବଂ ହରେକୃଷ୍ଣ ସାମଲଙ୍କୁ ନେଇ ଗଠିତ ୩ ଜଣିଆ ସଭାପତି ମଣ୍ଡଳୀ ଦ୍ୱାରା ସଭା ପରିଚାଳନା ହୋଇଥିଲା । ସମ୍ମିଳନୀକୁ ରାଜ୍ୟ ସହ ସମ୍ପାଦକ ତଥା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ କୁମାର ମିଶ୍ର ଉଦ୍ଘାଟନ କରି ପାର୍ଟିର ଶହେ ବର୍ଷର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜୋନ୍ ସମ୍ପାଦକ ରମେଶ ଜେନା ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ପାର୍ଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୋନ୍ ସମ୍ପାଦକ ଭାବେ ଗୋପବନ୍ଧୁ ସେଠୀ ନିର୍ବାଚିତ ହୋଇଥିଲେ । ସମ୍ମିଳନୀରେ ଉମାକାନ୍ତ ମହାପାତ୍ର, ଭାସ୍କର ଚନ୍ଦ୍ର ବେହେରା, ଦୁଲ୍ଲା ଖାଁ, କୃପାସିନ୍ଧୁ ଖଣ୍ଡାଇ, ବ୍ରଜ ମୋହନ ରାଉତ, ଜୟନ୍ତ ଜେନା, ରାଜୀବ ଖିଲାର, ସୁବାଷ ଚନ୍ଦ୍ର ବେହେରା, ସେକ୍ ଫକୀରଉଦ୍ଦୀନ, ବିଷ୍ଣୁ ଜେନା, ନବ କୁମାର ଲେଙ୍କା, ପର୍ଶୁରାମ ସ୍ୱାଇଁ, କିଶୋର ବେହେରା, କମଳାକାନ୍ତ ଜେନା, ଜୟନ୍ତ ସାହୁ, ଧନେଶ୍ୱର ଜେନା, କୃଷ୍ଣ ଚନ୍ଦ୍ର ଜେନା, ଯୁଧିଷ୍ଠିର ଜେନା, ମାଳତୀ ଜେନା, ଅଭିମନ୍ୟୁ ଜେନା, ରମାକାନ୍ତ ପଲେଇ, ଭିକାରୀ ଜେନା, କାର୍ତ୍ତିକ ଚନ୍ଦ୍ର ଜେନା, ପଞ୍ଚାନନ ଜେନା, ଅଭ୍ୟର୍ଥନା କମିଟିର ସଭାପତି ନୃସିଂହ ଚରଣ ଦାସ, ସଭ୍ୟ ଗଣେଶ ନାୟକ, ଶମ୍ଭୁନାଥ ଜେନା, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।