କ୍ରସ ଭୋଟିଙ୍ଗ ପଡିଲା ମହଙ୍ଗା, ନିଲମ୍ବିତ କଂଗ୍ରେସ ବିଧାୟକ ଦାଶରଥିଙ୍କ କୁଶପୁତ୍ତଳିକା ଦାହ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ panda): ଚଳିତ ବର୍ଷ ରାଜ୍ୟ ସଭା ନିର୍ବାଚନର ଫଳାଫଳ ପରେ ତୃଣ ମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀ ମାନଙ୍କ ମନରେ ଗଭୀର ଆଘାତ ଲାଗିଚି, ଯେଉ ଦଳୀୟ କର୍ମୀମାନେ ଦିନ ରାତି ଏକ କରି ଦଳକୁ ଏବଂ ନେତାକୁ ଜିତାଇବା ପାଇଁ ଅହ ରହ ପ୍ରୟାସ କରି ଥାନ୍ତି, ସେମାନଙ୍କ ହୃଦୟ କୁ ଗମ୍ଭୀର ଆଘାତ ଲାଗିବା ସହିତ କ୍ରସ ଭୋଟିଙ୍ଗ କରିଥିବା ନେତା ମାନେ ତୃଣମୂଳ ସ୍ତରରେ  ପରିଶ୍ରମ କରୁଥିବା କର୍ମୀ ମାନଙ୍କୁ ବିଶ୍ୱାସଘାତକତା ଭଳି ଜଘନ୍ୟ କାଯ୍ୟ କରିଥିବାରୁ ଆଜି ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନରେ ଥିବା ରାୟଗଡ ଗ୍ରାମରେ  ବାହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ  କ୍ରସ ଭୋଟିଙ୍ଗ କରିଥିବା ମୋହନା ବିଧାୟକ ଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି ଦେବା ସହିତ  ରାଜରାସ୍ତା ରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ  l ଏବଂ ଯେଉଁ ଦାଶରଥି ଗମାଙ୍ଗ ପାଇଁ ନିଜ ପଇସା ଖର୍ଚ୍ଚ କରି ଜିତାଇ ଥିଲୁ ଶେଷରେ ଆମକୁ ଓ ଦଳ ବିରୋଧୀ କାର୍ଯ୍ୟ କରିଥିବା ଘଟଣା କୁ ଆମେ ବିଶ୍ୱାସ କରି ପାରୁ ନାହୁଁ  ତେଣୁ ଦାଶରଥି ଗୋମଙ୍ଗ ଆଜିଠାରୁ ଆମ ପାଇଁ ମରିଯାଇଛି ଏବଂ ତାଙ୍କର ଦଶା ମଧ୍ୟ କରାଯିବା ନେଇ କଂଗ୍ରେସ କର୍ମୀ ମାନେ କହିଛନ୍ତି ଏବଂ ଆଗାମୀ ନିର୍ବାଚନରେ କିପରି କଂଗ୍ରେସ ଦଳ କୁ ସୁଦୃଢ କରି ପୁର୍ନବାର  କଂଗ୍ରେସ  ବିଜୟ ହାସଲ କରିପାରିବ ସେଥିପାଇଁ ଆଜି ଶହ ଶହ  କଂଗ୍ରେସ କର୍ମୀ ମାନେ  ଶପଥ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ