ଐତିହାସିକ ଦେବଗିରି ପଞ୍ଚୁ ମୁଖେଶ୍ଵର ପୀଠରେ ଭକ୍ତଙ୍କ ଭିଡ଼
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଦେବଗିରି ପଞ୍ଚୁ ମୁଖେଶ୍ଵର ପୀଠରେ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଦିନ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟର ଓ ରାଜ୍ୟ ବାହାରୁ ପ୍ରସିଦ୍ଧ ଶୈବପୀଠ ମାନଙ୍କରୁ ଏହା ହେଉଛି ଅନ୍ୟତମ ଶୈବପୀଠ ।ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ କାର୍ତ୍ତିକ ମାସ ଶେଷ ସୋମବାର ରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ତଥା ରାଜ୍ୟ ର ଅନେକ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ରାଜ୍ୟର ବିଭିନ୍ନ ଜିଲା ଓ ରାଜ୍ୟ ବାହାର ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ଦେବଗିରି ସ୍ୱଟିକ ପଞ୍ଚମୁଖେଶ୍ୱର ମହାଦେବ ଙ୍କ ଦର୍ଶନକରିବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଓ ତଳ ଭାଗରେ ଭୋଜି ଭାତ କରି ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି । ଶିଵ ଦର୍ଶନ କରି ଫେରୁଥିବା ଭକ୍ତ ଙ୍କ ନିମନ୍ତେ କୌଣସି ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବା ଓ ମନ୍ଦିର ପରିଚାଳନା କମିଟି ଅନୁପସ୍ଥିତ ଥିବା ଯୋଗୁଁ ଟ୍ରାଫିକ ସମସ୍ୟା ରହିଛି ।ଭକ୍ତ ମାନେ ପାହାଡ଼ର ୫୫୪ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗ ଦର୍ଶନ କରିଥାନ୍ତ । ପାହାଡ଼ ଉପରେ ଛୋଟ ବଡ଼ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ।ଏଥି ମଧ୍ୟରୁ ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଧୋବା ଧୋବୁଣି ଓ ଗଙ୍ଗା ଯମୁନା, ନର୍ମଦା ଓ ସରସ୍ୱତୀ ନାମକ କୁଣ୍ଡ ଅନ୍ୟତମ ଅଟେ ।ପୂର୍ବ ରୀତିନୀତି ଅନୁଯାୟୀ ଗଙ୍ଗା ଯମୁନା କୁଣ୍ଡରେ ସ୍ନାନ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି ।ଶେଷ ସୋମବାର ରେ ବ୍ଲକରେ ଥିବା ନାରାୟଣପୁର, କରପା, ସୁନାଖଣ୍ଡି, ଶିକରପାଇ,ସେରିଗୁମ୍ମା, ପୋଲମା ଓ କଲ୍ୟାଣସିଂହପୁର ସଦରରେ ଥିବା ଶିଵ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି । ଏ ଅବସରରେ ଜଗନ୍ନାଥ ମନ୍ଦିର ରେ ମଧ୍ୟ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବା କୁ ମିଳୁଛି।


