ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କଲେ ସିଟିଜି ପ୍ରତିଷ୍ଠାତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରୋଟାରିଆନ ଡକ୍ଟର ରାଜେନ୍ଦ୍ର ପଲେଇ ଙ୍କ ଦ୍ଵାରା ଛାତ୍ରଛାତ୍ରୀ ଙ୍କ ସହ ପ୍ରେରଣାଦାୟକ ବାର୍ତ୍ତାଳାପ ତଥା ମାର୍ଗଦର୍ଶନ। ଦୀର୍ଘ ୨୫ ବର୍ଷ ମଧ୍ୟରେ ବହୁବାର ରୋଟାରିଆନ ଡକ୍ଟର ରାଜେନ୍ଦ୍ର ପଲେଇ ଙ୍କ ଭାବନାରେ ଥିବା ସ୍ଵପ୍ନ – କି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ନିଜେ ଏକାଠି ବସି କିଛି ମୁହୂର୍ତ୍ତ ବିତାଇବି ଏବଂ ଗୁରୁ ହିସାବରେ ସେମାନଙ୍କୁ ଜୀବନ ର ପ୍ରକୃତ ମାର୍ଗ ଅନୁସରଣ କରାଇବି, ଭଗବାନ ଙ୍କ ଆଶୀର୍ବାଦ ତଥା ସଭିଙ୍କ ଭଲପାଇବା ହେତୁ ସେ ସ୍ଵପ୍ନ ଆଜି ସତ ରେ ପରିଣତ ହୋଇଛି। ଏତେ ବର୍ଷା ଏବଂ ପାଗ ବିପକୁଳ ସତ୍ତ୍ଵେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ସଠିକ୍ ସମୟରେ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନ ଠାରେ ପହଞ୍ଚିଥିଲେ ଏବଂ ଡ଼ ପଲେଇଙ୍କ ସହିତ ଏକତ୍ରୀତ ହୋଇ ପ୍ରେରଣାଦୟାକ ବାର୍ତ୍ତା ତଥା କିଛି ମାର୍ଗଦର୍ଶନ ଆଦାନ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲେ । ଆଜିକାଲି ସମୟରେ ନିଜର ସକାରାତ୍ମକ ଚିନ୍ତାଧାରା, ନମ୍ରତା, ସାମାଜିକ ଶିକ୍ଷା, ସଂସ୍କାର ଓ ଗୁରୁଜନଙ୍କୁ ଭକ୍ତିଭାବ ଦ୍ୱାରା ସମାଜରେ କିପରି ପ୍ରତିଷ୍ଠିତ ହୋଇ ଅନ୍ୟକୁ ରୋଜଗାରକ୍ଷମ କରାଇବା ସହ ସମାଜର ଉନ୍ନତିରେ ଭାଗୀ ଦାରୀ ହୋଇପାରିବ, ତାହାର ମାର୍ଗଦର୍ଶନ କରାଇଥିଲେ ଡକ୍ଟର ପଲେଇ। ତା ସହ ପାଠ ପଢ଼ିବାର ମୂଳ ମନ୍ତ୍ର ଚାକିରି କରିବା ନୁହଁ କିନ୍ତୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ଅନ୍ୟକୁ ରୋଜଗାରକ୍ଷମ କରାଇବା ଓ ସବୁ ଠାରୁ ବଡ କଥା ବାପା ଓ ମାଆ ଙ୍କ ମହତ୍ତ୍ଵ ପିଲା ମାନଙ୍କୁ ଜଣାଇଥିଲେ। ୨୫ବର୍ଷ ପୂର୍ବେ ଡ଼ ପଲେଇ ଙ୍କର ଯେଉଁ କଠିନ ପରିଶ୍ରମ ତଥା ନିଜସ୍ଵ ଅଙ୍ଗେନିଭେଇଥିବା ସମସ୍ତ ମୁହୁର୍ତ୍ତକୁ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ। ୨୫ବର୍ଷ ପୂର୍ବେ ନିଜ ପାଖରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଏକାଠି ବସାଇବା ପାଇଁ ସାମାନ୍ୟ ଜାଗାଟେ ନଥିବା ବେଳେ,କଠିନ ପରିଶ୍ରମ ଦ୍ୱାରା ଆଜି ତାହା କିପରି ସମ୍ଭବ ହୋଇପାରିଛି ତଥା ସମସ୍ତ ଛାତ୍ରଛାତ୍ରୀମାନେ କିପରି ଏକାଠି ବସି ପାରିଛନ୍ତି ତାର ତାତ୍ପର୍ଯ୍ୟ ବଖାଣିଥିଲେ। ସମସ୍ତଙ୍କୁ ଡ଼ ପଲେଇ ହୃଦୟରୁ ଆଶୀର୍ବାଦ ଦେଇ ସଭିଙ୍କ ମଙ୍ଗଳ କାମନା ତଥା ତାଙ୍କ ପରିବାରରେ ସମସ୍ତେ ଖୁସି ରେ ରୁହନ୍ତୁ ଓ ସମସ୍ତଙ୍କ ର ଭଲ ରେଜଲ୍ଟ ହଉ ମା’ ଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମନରେ ଆଜିର ଉର୍ଯା, ଉତ୍ସାହ ଏବଂ ଉଦ୍ଦୀପନା ଦେଖି ବହୁତ ଆନନ୍ଦିତ ହୋଇଥିଲେ ଡ଼ ପଲେଇ। ଅନୁଷ୍ଠାନର ର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଆୟୁସୀ ପୌଲ୍ ଏହି ପ୍ରୋଗ୍ରାମ କୁ ସମ୍ପାଦାନ କରିଥିବାରୁ ଓ ପ୍ରୋଗ୍ରାମ ଅୟୋଜନ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଡ଼ ପଲେଇ। ଏହି ପରି ସେସନ୍ ମଝିରେ ମଝିରେ ନିଶ୍ଚିତ ରୂପରେ କରି ସୁନାଗରିକ ଗଢ଼ିବା ପାଇଁ ଦୃଢ ଉକ୍ତି ବ୍ୟକ୍ତ କରିଛନ୍ତି ଡ଼ ପଲେଇ ।