ଗଣେଶ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବଜାରସାହି ଗଣେଶ ପୂଜା କମିଟି ପକ୍ଷରୁ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରତରଙ୍ଗ ମେଲୋଡି ନାଇଟ ଆୟୋଜିତ ହୋଇଯାଇଛି।ଏହାକୁ ଦିଗପହଣ୍ଡି ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା ଉଦଘାଟନ କରିଥିବା ବେଳେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, କାଉନସିଲର ଦୀପକ କୁମାର ମିଶ୍ର, ନୀଳମାଧବ ଗୌଡ, ଉପାଧ୍ଯକ୍ଷା ପ୍ରତିନିଧି କେ. କୁନା, ପୂଜା କମିଟି କାର୍ଯ୍ଯକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ, ସାମାଜିକ କର୍ମୀ ଶିବ ଶଙ୍କର ମହାଙ୍କୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକୁ ସୁନା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବା ସହ ତାଙ୍କର ସଂଗୀତର ତାଳେ ତାଳେ ଦର୍ଶକ ବିଭୋର ହୋଇଥିବା ଦେଖାଯାଇଥିଲା।ପୂଜା କମିଟିର ସକ୍ରିୟ ସଦସ୍ୟ ପ୍ରଭାକର ରେଡ୍ଡୀ ଙ୍କ ଅକାଳ ବିୟୋଗରେ ସ୍ମୃତି ସମ୍ମାନ ସ୍ବରୂପ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କମିଟି ସଦସ୍ୟ ଆଶିଷ ପଟ୍ଟନାୟକ, ରବିନ୍ଦ୍ର ମାର୍ଥା, ନୀଳମାଧବ ମହାପାତ୍ର, ଲଲାଟେନ୍ଦୁ ପଧାନ, ରଞ୍ଜିତ ବେହେରା, ପ୍ରଦୀପ କୁମାର ପଣ୍ଡା, ନିଗମ ପ୍ରସାଦ ପଣ୍ଡା, ଓଡି. ମହେଶ, କୁନା ପାତ୍ର, ଦେବେନ୍ଦ୍ର ଗୌଡ, ଅରବିନ୍ଦ ରାଜୁ, ଅଶୋକ ନନ୍ଦ, ନରେନ୍ଦ୍ର ସାହୁ, ବାରିକ ବେହେରା, ବାବୁ ଦାଶ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।