ଏଲପିଜି ସିଲିଣ୍ଡର ଦରବୃଦ୍ଧି ଓ ବିକ୍ରି ଅଭାବ ଯୋଗୁଁ କଟକ ବିଜେଡ଼ି ପକ୍ଷରୁ ପ୍ରତିବାଦ

କଟକ, (ଓ୍ବାଇଏନଏସ): ବିଜୁ ଜନତା ଦଳର ରାଜ୍ୟ କୋଷଧକ୍ଷ ଶ୍ରୀଯୁକ୍ତ ସୁବାସ ସିଂଙ୍କ ନେତୃତ୍ବରେ ଏଲ.ପି.ଜି. ଦରବୃଦ୍ଧି ଏବଂ ଅଭାବି ବିକ୍ରି ପ୍ରତିବାଦରେ – ବିଜୁ ମହିଳା ଜନତା ଦଳ, ବାରବାଟୀ- କଟକ ରାଜ ରାସ୍ତାକୁ ଓହ୍ଲାଇଲେ। ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲର ଅଭାବ ବିକ୍ରି ଓ ଦରବୃଦ୍ଧିରୁ ପ୍ରତିଟି ଓଡ଼ିଆଙ୍କ ହାଣ୍ଡିଶାଳରେ ଚଡ଼କ ପଡ଼ିଛି। ରନ୍ଧା ଗ୍ୟାସ୍ ନ ମିଳିବାରୁ ଲୋକେ ଛାନିଆ ହେଲେଣି। ଏଭଳି ଅଭିଯୋଗରେ -ବିଜୁ ମହିଳା ଜନତା ଦଳ, ବାରବାଟୀ- କଟକର ମହିଳା ମାନେ ଆଜି ବକ୍ସି ବଜାର ଗୋଲେଇ ଛକ ସାମ୍ନାରେ ବିକ୍ଷୋଭ କରିଛି। ଯଥାଶୀଘ୍ର ଏଲପିକି ଯୋଗାଣ ସ୍ବଭାବିକ ନ ହେଲେ, ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି। ବକ୍ସି ବଜାର ଗୋଲେଇ ଛକ ଛକରେ ପୂର୍ବାହ୍ନରେ ବିଜେଡିର ଶହଶହ ମହିଳା କର୍ମୀ ଠୁଳ ହୋଇଥିଲେ। ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ବିରୋଧରେ ସ୍ଲୋଗାନ୍ ଦେଇ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତିବାଦ କରିଛି। ବିଜୁ ଜନତା ଦଳର ରାଜ୍ୟ କୋଷଧକ୍ଷ ଶ୍ରୀଯୁକ୍ତ ସୁବାସ ସିଂ, ଜିଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ, ମହିଳା ବିଜେଡି ନେତ୍ରୀ ଶ୍ରୀମତୀ ଏ ଶ୍ରୀଦେବୀ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ବିଜେଡି ନେତ୍ରୀ ଏ ଶ୍ରୀଦେବୀ ଙ୍କ ସଭାପତିତ୍ୱରେ ଆୟୋଜିତ ଆଜିର ସଭାରେ କହିଥିଲେ ଯେ ଗତ ମାର୍ଚ୍ଚ ୭ରୁ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୬୦ ଟଙ୍କା ଓ ବାଣିଜ୍ୟିକ ସିଲିଣ୍ଡର ଦର ୧୧୫ ଟଙ୍କା ବଢ଼ିଥିଲା। ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ସଂସ୍ଥାମାନଙ୍କ ଉପରେ ସରକାର ଅତିରିକ୍ତ ଅର୍ଥିକ ବୋଝ ଲଦିଦେଇଛନ୍ତି। ସୁଭଦ୍ରା ଯୋଜନା ନାଁରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ପ୍ରତିଶ୍ରୁତି ଦେଇ ମାତ୍ର ୫,୦୦୦ ଟଙ୍କା ଦେଇ ଠକିଛି ସରକାର। ପୂର୍ବରୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିଲା। କିନ୍ତୁ ଏହାର କାଣିଚାଏ ଲାଭ ସାଧାରଣ ଲୋକଙ୍କୁ ମିଳିଲାନି। ତେଲ କମ୍ପାନୀଙ୍କ ସ୍ବାର୍ଥ ପାଇଁ ଡବଲ୍‌ ଇଞ୍ଜିନ ସରକାର ଦିନରାତି ଏକ କରିଦେଇଛି। ଲକ୍ଷାଧିକ ଛାତ୍ରଛାତ୍ରୀ ବେଶୀ ପ୍ରଭାବିତ ହେବେ। ହଷ୍ଟେଲରେ ରହୁଥ‌ିବାରୁ କମନ୍ ମେସ୍ ଖର୍ଚ ବଢ଼ିବ ଏବଂ ମାସିକ ଖର୍ଜର ଭାର ବଢ଼ିଯିବ। ସରକାର ଏଲପିଜି ଯୋଗାଣ ସୁନିଶ୍ଚିତ କରନ୍ତୁ ନଚେତ୍ର, ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନ୍ଦୋଳନ କରା‌ଯିବ। ଆଜିର ବିକ୍ଷୋଭରେ ବିଜୁ ଜନତା ଦଳର ରାଜ୍ୟ କୋଷଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଜିଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ, ମହିଳା ଜିଲା ସଭାପାଟି ଶ୍ରୀମତୀ ଅନିତ ବେହେରା , ବିଜେଡି କରପୋର୍ଟର ଏ ଶ୍ରୀଦେବୀ , ଇତିଶ୍ରୀ ସିଂହ ,ରିତାଞ୍ଜାଳୀ ସିଂହ ,ନମିତା ବାରିକ, ପୁଷ୍ପିତା ମହାନ୍ତି ଦୀପ୍ତିମୟୀ ମୁଳିଆ , ବନାଲତା ପ୍ରଧାନ ଲକ୍ଷ୍ମୀପରିୟ ବେହେରା , ଅରୁନ୍ଧୟତି କର , ଆରତୀ ସାହୁ , ପ୍ରିୟମ୍ବଦା ମହାନ୍ତି ,ମୋନଳିଶ ଦାସ ,ବିକାଶ ବେହେରା , ଚନ୍ଦନ ଜେନା , ସତ୍ୟରାମ ସାହୁ , ତନ୍ମୟ ରାୟ ସ୍ଵଦେଶ ଦାସ ,ପ୍ରକାଶ ସିଂହ , ଶୂନିତା ଶେଖର , ଡ ସଂଗୀତା ଦାସ ,ଭାରତୀ ଦାସ , ଦେବେନ୍ଦ୍ର ପାଣିଗ୍ରାହୀ , ନିରୂପମା ପ୍ରଧାନ , ବିଜୁ ଯୁବ ଜନତା ଦଳ କର୍ମୀ ବୃନ୍ଦ ସ୍ତାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ