କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସହ ନବବର୍ଷ ପାଳନ କଲେ କଟକ ମେୟର ଓ କମିଶନର
କଟକ, (ଓ୍ବାଇଏନଏସ): ଇଂରାଜୀ ନବବର୍ଷ ପାଳନ ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଓ ସି.ଏମ.ସି କମିଶନର କିରଣଦୀପ କୌର ସହୋତା ମିଳିତ ଭାବରେ, ସ।ର୍ତ୍ତଳ, ମତ୍ତଗଜପୁର, ବକ୍ସି ବଜ଼ାର , ଚଣ୍ଡୀ ଛକ ଆଦି କଟକ ମହାନଗର ନିଗମ ଅଞ୍ଚଳରେ ରାସ୍ତା ଘାଟ, ନର୍ଦମା, ଶୌଚାଳୟ ଗୁଡିକୁ ସଫେଇ କରୁଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କାରୀ ସଂମ୍ମାନିତ କରିବା ସହିତ ଇଂରାଜୀ ନବବର୍ଷର ହାର୍ଦିକ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ସହିତ ସି.ଏମ.ସି କମିଶନର କିରଣଦୀପ କୌର ସହୋତା, ଡେପୁଟି କମିଶନର ଯୁବଲି ବେହେରା ତ୍ର୍ୟଲୋକ୍ୟ ସାହୁ, ସ୍ଵଛସାଥି, ସି.ଏମ.ସି ମେଟ, ଜମାଦାର ଫାଇଲେରିଆ ସୁପର ଭାଇଜର, ସମସ୍ତ ସଫେଇ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।


