କଟକ ଗଣେଶ ପୂଜା ଭସାଣିର ସମୀକ୍ଷା କଲେ କଟକ ମେୟର

କଟକ, (ଓ୍ବାଇଏନଏସ):  ଆସନ୍ତା କଲି ରବିବାର ଦିନ ପ୍ରଥମ ପର୍ଯ୍ୟାୟ ଗଣେଶ ପୂଜା ଭସାଣିର ଅନୁଷ୍ଠିତ ହେଉଅଛି । ଏହି ପରିପେକ୍ଷୀରେ, ଆଜି ସକାଳ ୧୦ ଘଟିକା ସମୟରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ,ଡେପୁଟି ମେୟର ଓ ସ୍ଥାନୀୟ କର୍ପୋରେଟର ପ୍ରମୁଖ  ଦେବୀଗଡା ଠାରେ ପହଞ୍ଚି ସେଠାରେ ମୂର୍ତି  ବିସର୍ଜନ  ନିମନ୍ତେ ନିର୍ମିତ ଅସ୍ଥାଇ ପୋଖରୀ ର ସମୀକ୍ଷା କରିଥିଲେ। ଅସ୍ଥାଇ ପୋଖରୀରେ ପରଜ୍ୟାପ୍ତ ପରିମାଣର ପାଣି ମହଜୁଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ ଏଥି ସହିତ ସମଗ୍ର ବିସର୍ଜନ ସ୍ତଳୀ ଅଞ୍ଚଳର ପରିମଳ , ସ୍ୱଛତା , ଆଲୋକୀକରଣ ଓ   ଅସ୍ଥାଇ ପୋଖରୀ  ପର୍ଯ୍ୟନ୍ତ ନିର୍ମିତ ଅସ୍ଥାଇ ରାସ୍ତାର ମଧ୍ୟ ସମୀକ୍ଷା କରିଥିଲେ। ସମସ୍ତ ମୂର୍ତି  ଗୁଡିକ ଯେପରି ବିନା ବାଧାବିଘ୍ନ ରେ ବିସର୍ଜନ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାପାଇଁ ଦାୟିତ୍ୱରେ ରେ  ଥିବା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କର୍ପୋରେଟର ଶ୍ରୀମତୀ ବନଲତା ପ୍ରଧାନ , କର୍ପୋରେଟର ସୁମିତ୍ରା ବସ୍ତିଆ ,କର୍ପୋରେଟର ରବି ନାରାୟଣ ସାହୁ, ସି.ଏମ.ସି ଅଧିକାରୀ , ସ୍ଥାନୀୟ ଅଞ୍ଚଳର ଅନେକ ମୁରବି ଓ ଯୁବ ବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ