ସାଇବର ସଚେତନତା ଓ ନିଶା ନିବାରଣ ଅଭିଯାନ

ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଲିଟେକନିକ କଲେଜ ରେ ନାଉଗାଁ ପୋଲିସ ତରଫରୁ ସୋମବାର ନିଶା ନିବାରଣ ଓ ସାଇବର ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ପଲିଟେକନିକ କଲେଜ ର ଅଧକ୍ଷ ରମେଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ କରିଥିବା ବେଳେ ସଂମ୍ମାନିତ ଅତିଥି ଭାବରେ ସମାଜସେବୀ ରବି ପଟ୍ଟନାୟକ ଯୋଗଦେଇ ଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଶା ନିବାରଣ ଓ ସାଇବର ଅପରାଧ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ରହିଲେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଥାନାଧିକାରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ବିଭିନ୍ନ ସମୟରେ ସାଇବର ଠକ ମାନେ କିପରି ଜନସାଧାରଣଙ୍କୁ ଲୁଟୁଛନ୍ତି ସମସ୍ତ ଜନସାଧାରଣ ସେ ବିଷୟରେ ଅବଗତ ହେବା ଜରୁରୀ। କୌଣସି ବ୍ୟକ୍ତିଙ୍କ ନିକଟରୁ ଅଜଣା କଲ, ମ୍ୟାସେଜ କିମ୍ବା ଠକେଇ ର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅଧ୍ୟାପକ ଶୁଭ୍ରାଂଶୁ ରଞ୍ଜନ ସ୍ୱାଇଁ , ଜଗନ୍ନାଥ ପ୍ରସାଦ ପଟ୍ଟନାୟକ , ଅଙ୍କିତା ପଣ୍ଡା , ବରିଷ୍ଠ ଅଧ୍ୟାପକ ସମୀର ବେହେରା , ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଦ୍ୟାଳୟ,  ନାଉଗାଁ ଶାଖାର ବିକେ ପ୍ରତିମା ଏବଂ ପଲିଟେକନିକ କଲେଜର ସମସ୍ତ କର୍ମଚାରୀ ଯୋଗଦେଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ