ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଆଶୀର୍ବାଦ ମହାରଣାଙ୍କ ସଫଳତା
ବୁଗୁଡା, (ଅନୀଲ କୁମାର ମହାରଣା) : ନିମ୍ନ ପ୍ରାଥମିକ (ତୃତୀୟ ଶ୍ରେଣୀ) ବୃତ୍ତି ପରୀକ୍ଷା ୨୦୨୫ ପରୀକ୍ଷା ଫଳ ୧୬/୦୧/୨୬ ତାରିଖ ଦିନ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଏହି ବୃତ୍ତି ପରୀକ୍ଷାରେ ବାଲିପଦର ମାତୃଗିରିରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ତୃତୀୟ ଶ୍ରେଣୀ ଛାତ୍ର ଆଶୀର୍ବାଦ ମହାରଣା ସରକାରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କରୋନା ମହାମାରୀରେ ପ୍ରାଣତ୍ୟାଗ କରିଥିବା ସ୍ବର୍ଗତ ସାମ୍ବାଦିକ ରତ୍ନାକର ମହାରଣା ଓ ନୟନି ମହାରଣାଙ୍କ ସୁଯୋଗ୍ୟ ସନ୍ତାନ ଆଶୀର୍ବାଦ ୦୧/୦୪/୨୦୨୫ ତାରିଖ ଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ ଏକ ଶହ ଟଙ୍କା ଲେଖାଏଁ ବୃତ୍ତି ଅର୍ଥ ପାଇବେ ବୋଲି ଜଣାପଡିଛି।


