ଜେଏମଏମ ବେତନଟୀ ବ୍ଲକ ସଭାପତି ହେଲେ ଡମାନ ହେମ୍ବ୍ରମ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଜଣେ ଦକ୍ଷ ଆଦିବାସୀ ନେତଭାବେ ଆଣ୍ଟୁ ହେମ୍ବ୍ରମ (ଡମାନ ) ବେଶ ପରିଚିତ। କିଛି ବର୍ଷ ତଳେ ସେ ଦଳର ନିୟମ କୁ ଉଲଂଘନ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏବେ ପୁଣି ଥରେ ଡମାନଙ୍କୁ ଜେ ଏମ ଏମ ପକ୍ଷରୁ କରାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରି ତାଙ୍କୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁସାରେ ଡମାନ ହେମ୍ବ୍ରମ ଦୀର୍ଘ ବର୍ଷ ଧରି ଜେ ଏମ ଏମ ର ବେତନଟୀ ବ୍ଲକ ସଭାପତି ଭାବେ ଦଳ ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରିଆସୁଥିଲେ। ହେଲେ ହଠାତ ତାଙ୍କୁ ଦଳରେ କୌଣସି ନିୟମ ଉଲଂଘନ କରିଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ତାଙ୍କୁ ପୁଣି ଥରେ ଜେ ଏମ ଏମ ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ ତାଙ୍କ ଦଳରୁ ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ବେତନଟୀ ବ୍ଲକ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଆଦିବାସୀ ସଂସ୍କୃତି ପରମ୍ପରା ରୀତନୀତି କୁ ନେଇ ଡମାନ ଆଦିବାସୀ କାର୍ଯ୍ୟକ୍ରମ ଗୁଡିକ ନିଜ ସାମର୍ଥ୍ୟ ରେ ପ୍ରତିପାଦନ କରି ସ୍ଥାନୀୟ ଅଞ୍ଚଳର ପ୍ରତିଟି ଆଦିବାସୀଙ୍କ ଠାରେ ପ୍ରଭାବ ବିସ୍ତାର କରିପାରିଛନ୍ତି। ଆଗାମୀ ଦିନ ଏହି ପଦ ପାଇବା ଫଳରେ ଏହା ତାଙ୍କ ମନବଳକୁ ଦୃଢ଼ କରିବା ସହ ଆଗାମୀ ଦିନରେ ବେତନଟୀ ବ୍ଲକରେ ଜେ ଏମ ଏମ ସଂଗଠନକୁ ମଜବୁତ କରିବାରେ ସହାୟ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ସେ ଜେ ଏମ ଏମ ଦଳର ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ରାଜ୍ୟ ସଭାପତି ଅଞ୍ଜଳି ସୋରେନ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ବ୍ଲକ ସଭାପତି ପଦ ପାଇବା ପରେ ତାଙ୍କୁ ଅନେକ ମହଲରୁ ଶୁଭେଚ୍ଛର ସୁଅ ଛୁଟିଛି। ଦଳ ପକ୍ଷରୁ ତାଙ୍କୁ ରବୀନ୍ଦ୍ର ନାଥ ମାରାଣ୍ଡି, ମୁସୁ ମୁର୍ମୁ, ଦୁର୍ଗା ମୁର୍ମୁ, ପିଠା ମୁର୍ମୁ, ସଗୁନ ମୁର୍ମୁ, ସମ୍ରାୟ ଟୁଡୁ, ସଞ୍ଜୟ କିସ୍କୁ, ଦାସ ମାରାଣ୍ଡି, ଓ ସାହାର ମାରାଣ୍ଡଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ପୁଷ୍ପଗୁଛ ଦେଇ ସମ୍ବୋର୍ଦ୍ଧନା ପ୍ରଦାନ କରିଥିଲେ