ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ,ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ତୁଷାରକାନ୍ତ ଦାସ, ରମେଶ ଚନ୍ଦ୍ର ଦାସ, ବିକ୍ରମ ବେହେରା, ରଶ୍ମୀରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ମହାତ୍ମା ଗାନ୍ଧୀଙ୍କ ଦେଶ ପାଇଁ ବାଳିଦାନ ଓ ତାଙ୍କର ଆଦର୍ଶ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ।


