କଲ୍ୟାଣସିଂହପୁର ବ୍ଲକରେ ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ଚଳିତ ବର୍ଷ ଜମିରେ ଫସଲ ଉତ୍ପାଦନ ଲକ୍ଷ ଧାର୍ଯ୍ୟ ରଖିଥିବା ଚାଷୀମାନେ ମୌସୁମୀର ଅନିଶ୍ଚିତତା ସବୁ ହିସାବ ବିଗାଡି ଦେଇଛି ଚାଷୀଙ୍କ। ଜୁଳାଇ ମାସରେ ଧାନ ଚାଷ ପାଇଁ ପ୍ରକୃଷ୍ଟ ସମୟ । ଏହି ସମୟରେ କ୍ଷେତରେ ରକ୍ଷଣବ୍ୟକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ  ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ଚାଷୀ ମାନଙ୍କ ଆଶାରେ ନିରାଶା କରିଦେଇଛି I ଗତ ଜୁଲାଇ ମାସ ୨୦ତାରିଖଠୁ ରେ ବ୍ଲକର କୃଷି ଅଞ୍ଚଳରେ ସତୁର ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା କୃଷିକାର୍ଯ୍ୟ ଆଗକୁ ବଢ଼ୁ ନଥିବାରୁ ତଳି ପାଚି ନଷ୍ଟ ହେବାକୁ ବସିଲାଣି। ଏଥି ପାଇଁ ଧାନ ଭଳି ଅନେକ ଅଣ ଧାନ ଫସଲ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଉଛି । ଚଳିତ ବର୍ଷ ଆବଶ୍ୟକ ବର୍ଷା ହେଉନଥିବାରୁ ଜପା, ମାଣିଆ, ମକା କାନ୍ଦୁଲ,ମୁଗ,ବିରି, କପା ସହିତ ଅନେକ  ଫସଲ ହେବାନେଇ ସନ୍ଦେହ ଦେଖାଦେଉଛି । ଏପର୍ଯ୍ୟନ୍ତ ଏହି ବ୍ଲକରେ ବ୍ଳକରେ ଅତିକମ ବର୍ଷା ହୋଇଥିବାର ଧନରୁଆ ଆଗକୁ ବଢି ପାରିନି। ଅନେକ ଭଲ ଜମି ପାଣି ଅଭାବରୁ ଏପର୍ଯ୍ୟନ୍ତ ରୁଆ ଦେଉଷଣ ହୋଇ ପାରିନାହିଁ । କିଛି ଖାଲୁଆ ଜମିରେ ଏବେ ପାଣି ଅଭାବ ଦେଖା ଦେଲାଣି । କିଛି ଧାନ ଜମି ଫାଟି ଆଁ ଗଲାଣି । ଚାଷୀ ଏବେ ଚିନ୍ତାରେ ଏଭଳି ବର୍ଷା ହୁଏ ଭଳି ଚାହିଁ ରହିଛି । ତେବେ ବର୍ଷା ହେବ ବର୍ଷକ ପରିଶ୍ରମର ମୂଲ୍ୟ ତାକୁ ଫସଲ ଆକାରରେ ମିଳିବ । ଆଉ ୪/୫ଦିନ ମଧ୍ୟରେ ଆବଶ୍ୟକ ବର୍ଷା ନହେଲେ ଗୁଆ ହୋଇଥିବା ଖାଲୁଆ କମିତି ପଡିଆ ହୋଇଯିବ ।ଚଳିତ ବର୍ଷ ଧାର୍ଯ୍ୟ କରାଯାଇଥିବା ହେକ୍ଟର ଜମିର ଉତ୍ପାଦନ ନିଶ୍ଚିତ ପ୍ରଭାବିତ ହେବା ଚାଷୀ ମହଲରେ ଚିନ୍ତା ଭାଳେଣି ପଡି ଯାଇଛି । ଜଳିତ ବର୍ଷ କପା ଚାଷ  ମାଣ୍ଡିଆ, ସୂଆଁ,  ପନିପରିବା,ଆଖୁ, ଫଳ ଚାଷ କରିବା ପାଇଁ ପ୍ରସ୍ତୁତି ସରିଥିଲା । ହେଲେ ବର୍ଷା ଅଭାବରୁ ଚାଷୀମାନେ ଜମି ପଡିଆ ଛାଡି ଦେଇଛନ୍ତି  । ଏ ବିଷରକୁ ନେଇ ବ୍ଳକ୍ କୃଷି ଅଧୁନାରୀ ଓଁ କର୍ମଚାରୀ ମାନେ ଚାଷୀଙ୍କ ନିକଟତର ହେବା ବଦଳରେ କାହାରି ଦେଖା ମିଳୁନଥିବାରୁ ହତାଶ ହୋଇ ପଡି ଛନ୍ତି।ନିଅଣ୍ଟିଆ ବର୍ଷା ଜନିତ ସମସ୍ୟା ଉପରେ ସେମାନେ ନଜର ରଖିନଥିବାରୁ କଣ କରିବେ ସେଥିପାଇଁ ଚିନ୍ତାରେ ପଡିଯାଇଛନ୍ତି । ଆଶା ଅଛି ଆଗକୁ ଲଘୁଚାପ ବର୍ଷା ହେବର ସମ୍ଭାବନା ଥିବା ପାଣିପାଗ କହୁଥିବାରୁ ଚାଷୀଙ୍କ ମନରେ ଆଶ୍ବସ୍ତି ଆସିଛି ଶତ କିନ୍ତୁ ଆଉ ସମୟ ନଥିବା ଓ ତଳି ପାଚିଯିବା ଓଁ ବୁଢା ହୋଇଯିବାରୁ ତଳି ଘାରିରେ ଛାଡି ଦେଉଥିବା ନଜୀର ରହିଛି। ବର୍ଷା ଥିବାରୁ ନାଳ, କେନାଲ, ଚେକଡେମ ଶୁଖିଯିବାରୁ ପାଣି ମଧ୍ୟ ଆସୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏମିତିକି ହାତୀମୁଣ୍ଡା ଓ କଣ୍ଡାକୁରା ବଳି ବଡ଼ବଡ଼ ଚେକଡେମରେ ମଧ୍ୟ ଭକରି ପାଣି ଆସୁନଥିବାରୁ ରଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି। ହାତୀମୁଣ୍ଡା କେନାଲ ରେ ଲତାବୁଦା ରହିଥିବାରୁ ସଫା କରି ନଥିବାରୁ  ପାଣି ଅତି ଅଳ୍ପ ଆସୁଥିବାରୁ ଚାଷ କାର୍ଯ୍ୟ ବିଳମ୍ବ ହେଇଛି। ଗୋଟିଏ ପଟେ ବର୍ଷା ଦାଉ ସାଜୁଥିବା ବେଳେ ଅନ୍ୟ ପଟେ କ୍ଷୁଦ୍ର ଜଳସେଚନ ବିଭାଗ ଦାଉ ସାଜୁଛି ବୋଲି ଚାଷୀ ପ୍ରକାଶ କାଟିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ