୧୮ ରୁ ୭୦ ବର୍ଷ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି

ଛତ୍ରପୁର, (ଓ୍ବାଇଏନଏସ) :  କଇଁଚ ସୁରକ୍ଷା ସମୟରେ ମତ୍ସ୍ୟଜୀବୀମାନଙ୍କୁ ଜୀବନ ଓ ଜୀବିକା ନିର୍ବାହ କରିବା ନିମନ୍ତେ ସରକାର ବର୍ଷକୁ ଥରେ ପ୍ରତ୍ୟେକ ପରିବାରଙ୍କୁ ୧୫ ହଜାର ଟଙ୍କା ଦେଉଛନ୍ତି । ହେଲେ ଉକ୍ତ ରାଶିକୁ ବୃଦ୍ଧି କରି ୩୦ ହଜାର ଟଙ୍କା ଯୋଗାଇବା ସହ ୧୮ ରୁ ୭୦ ବର୍ଷ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ କ୍ଷତିପୂରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି । ରାସନକାର୍ଡ ଅନୁସାରେ ପରିବାର ଜଣଙ୍କୁ କ୍ଷତିପୂରଣ ଦିଆଯାଉଛି । ରାସନକାର୍ଡ ଅନୁସାରେ ଗୋଟିଏ ପରିବାରରେ ଏକାଧିକ ମତ୍ସ୍ୟଜୀବୀ ରହୁଥିବା ବେଳେ ସରକାର ଯୋଗାଇ ଦେଉଥିବା କ୍ଷତିପୂରଣ ରାଶି କିପରି ଉକ୍ତ ପରିବାରର ସମସ୍ତ ସଦସ୍ୟମାନଙ୍କ ଜୀବନ ଜୀବିକା ୭ ମାସ ଧରି ଗୁଜରାଣ କରିପାରିବେ । ଏହାକୁ ନେଇ ସାନନୋଳିଆ ନୂଆଗାଁ, ବଡ ନୋଳିଆନୂଆଗାଁ, ଗୋଖରକୁଦା, ପୋଡମପେଟା-୧, ପୋଡମପେଟା-୨, ନୂଆ ପୋଡମପେଟା, ପ୍ରୟାଗୀ, କରଲାବାଡି ପ୍ରାୟ ୭ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ସରକାର ରାସନକାର୍ଡ ଅନୁସାରେ ପରିବାରର ପିଛା ଦେଉଥିବା କ୍ଷତିପୂରଣ ପରିବାରରେ ଥିବା ୧୮ ରୁ ୭୦ ବର୍ଷ ସମସ୍ତ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଓଡିଶା ସରକାରଙ୍କ କଇଁଚ ସୁରକ୍ଷା ନିୟମ ଅନୁଯାଇ ନଭେମ୍ବର ୧ ତାରିଖ ଠାରୁ ୩୧ ମେ ୭ ମାସ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସିମା ସାନ ନୋଳିଆନୂଆଗାଁ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ଏବଂ ଗଭୀର ୧୦ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛ ଧରିବା ସମ୍ପୂର୍ଣ୍ଣ ନିଷେଧ । ଏହି ୭ ମାସ ଆମ୍ଭମାନଙ୍କର ଜୀବନ ଜୀବିକା ବାଧାପ୍ରାପ୍ତ । ଏହି ସମୟରେ ସରକାରଙ୍କ ଦ୍ୱା ମତସ୍‌୍ୟଜୀବୀ ପରିବାରକୁ ଭରଣ ପୋଷଣ ପାଇଁ ୧୫ ହଜାର ଟଙ୍କା ଦିଆଯାଉଛି । ଗୋଟିଏ ପରିବାରରେ ୫ ରୁ ୮ ଜଣ ସଦସ୍ୟ ରହୁଥିବା ବେଳେ ୧୫ ହଜାର ଟଙ୍କା ୭ମାସ ଧରି ଚଳିବା କଷ୍ଟକର ହେଉଛି । ଏଣୁ ପରିବାରର ପିଛା କ୍ଷତିପୂରଣ ନ ଦେଇ ୧୮ ରୁ ୭୦ ବର୍ଷର ସମସ୍ତ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ଦେବା ପାଇଁ ନିବେଦନ କରାଯାଉଛି । ଏହି ଦାବିପତ୍ର ପ୍ରଦାନ ବେଳେ ଡବ୍ଲୁ .ସିମାଦ୍ରୀ, ଏନ୍‌.ଗଣେଶ, ଏସ୍‌.ମୋହନ, ଏନ୍‌.ଆପେୟା, ସିଏଚ୍‌.ୂଟିକି, ଦୁମୁ. ଏରେୟା, ଏ. ଦାନେୟା, ବି.ନରିସଂହ ପ୍ରମୁଖ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ମଧ୍ୟ ଉପରୋକ୍ତ ସମ୍ବନ୍ଧରେ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ