ପାଲିଆଛତ୍ରପୁର ଶ୍ମଶାନ ନିକଟରେ ଏକ ଫ୍ଲାଏଓଭର ନିର୍ମାଣ ଦାବୀ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଜାତୀୟ ରାଜପଥ ସଂଲଗ୍ନ ପାଲିଆଛତ୍ରପୁର ଶ୍ମଶାନ ନିକଟରେ ଏକ ଫ୍ଲାଏଓଭର ନିର୍ମାଣ କରିବା ନେଇ ଦାବୀ ହୋଇଛି । ଏନେଇ ଛତ୍ରପୁର ଏନଏସିର ବହୁ ଜନପ୍ରତିନିଧି ସମ୍ବଳିତ ଏକ ସ୍ମାରକପତ୍ର ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କୁ ପ୍ରଦାନ କରାଯାଇଛି । ଛତ୍ରପୁର ଏନଏସିର ୮ଗୋଟି ୱାର୍ଡ ଏବଂ ଭଗ୍ୟଲକ୍ଷ୍ମୀନଗର ସମେତ ବିଭିନ୍ନ ଗ୍ରାମ କୈାଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ ସେଠାରେ ଥିବା ଶ୍ମଶାନକୁ ନେଇଥାନ୍ତି । ଏହି ଶ୍ମଶାନକୁ ନେବାକୁ ହେଲେ ଜାତୀୟ ରାଜପଥ ଦେଇ ଯିବାକୁ ପଡିଥାଏ, ଯାହାଫଲରେ କିଛି ନା କିଛି ଦୃର୍ଘଟଣା ଘଟିଥାଏ, ଏହାସହ ଜିଏନ ପାଲାମ,ଭଗ୍ୟଲକ୍ଷ୍ମୀନଗର ଗ୍ରାମବାସୀମାନେ ଦୈନିଦିନ ଜୀବିକା ଓ ଜୀବନ ଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ ସେବା ପାଇବାକୁ ହେଲେ ସେଠାରେ ଥିବା ଜାତୀୟ ରାଜପଥ ପାର ହୋଇ ସହରକୁ ଆସିବାକୁ ପଡିଥାଏ । ଏପରିକି ସ୍କୁଲ,କଲେଜର ଛାତ୍ର/ଛାତ୍ରୀ ମଧ୍ୟ ଜାତୀୟ ରାଜପଥ ପାର ହୋଇ ଆସିବାକୁ ପଡିଥାଏ । ବେଳେ ବେଳେ ଦୃର୍ଘଟଣା ମଧ୍ୟ ହୋଇଥିବା ନଜିର ରହିଛି । ତେଣୁ ବିଭିନ୍ନ ସମସ୍ୟା ଓ ସର୍ବସାଧରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ପାଲିଆଛତ୍ରପୁର ଓ ଦେବୀନଗର ମଧ୍ୟରେ ଏକ ଫ୍ଲାଏଓଭର ନିର୍ମାଣ ଦାବୀ କରାଯାଇଛି । ଏହାର ନକଲ ବ୍ରହ୍ମପୁର ସାଂସଦ,ଛତ୍ରପୁର ବିଧାୟକ ଓ ପିଡିଏନଏଚଏଆଇଙ୍କୁ ମଧ୍ୟ ଦିଆଯାଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ