ଡାକ୍ତର ପଦବୀ ପୂରଣ ଦାବୀ : ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):ସାରା ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ପଦ ଅପେକ୍ଷା ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡିଛି। ଏହି ପଦବୀ ପୂରଣ କରିବା ସହ ଅନ୍ୟାନ୍ୟ ଦାବୀ ନେଇ ବାରମ୍ବାର ଅନୁରୋଧ କଲେ ମଧ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି। ଯାହାକି ଡାକ୍ତର ମାନଙ୍କୁ ଆନ୍ଦୋଳନ କରିବା ପାଇଁ ବାଧ୍ୟ କରୁଛି। ତଥାପି ରୋଗୀ ସେବାକୁ ଗୁରୁତ୍ୱ ଦେଇ ପ୍ରତୀକାତ୍ମକ ଭାବେ ମାତ୍ର ଏକ ଘଣ୍ଟା ବର୍ହି ବିଭାଗ (ଓ ପି ଡି) ବନ୍ଦ କରାଯାଇଛି। ଏଥି ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମ କୁ ବର୍ଜନ କରାଯିବ। ଓଡିଶା ମେଡିକାଲ ସେବା ସଙ୍ଘ (ଓମ୍ ସା )ପକ୍ଷରୁ ଏଭଳି କିଛି ଦାବୀ ନେଇ ଡାକ୍ତରମାନେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦ଟାରୁ ୧୧ଟା ବର୍ହିବିଭାଗ ବନ୍ଦ ରଖିଛନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଣ୍ଟାଏ ପାଇଁ ଓପିଡି ରେ ରୋଗୀ ପରାମର୍ଶ ବନ୍ଦ ରହିଥିଲା। ଫଳରେ ରୋଗୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡିଛି। କେନ୍ଦ୍ର ସରକାର ଙ୍କ ଦରମା ଢାଞ୍ଚା ଅନୁଯାୟୀ ଓଡିଶା ସରକାରଙ୍କ ଅଧୀନରେ ଥିବା ଅନ୍ୟ ଶ୍ରେଣୀ ଅଧିକାରୀଙ୍କ କ୍ଷେତ୍ରରେ ବିନା ସର୍ତ୍ତରେ ଦରମା ଲାଗୁ କରିବା ସହିତ ସମସ୍ତ ଗ୍ରେଡ଼ ର ସମାନୁପାତିକ କ୍ୟାଡର, ପୁନଃଗଠନ, ସୁପରବିଶେଷଜ୍ଞ, ଡିପ୍ଲୋମାଧାରୀ ପ୍ରଶାସକ ଙ୍କ ବର୍ଦ୍ଧିତ ପ୍ରୋତ୍ସାହନ, ପୋଷ୍ଟ ମର୍ଟମ୍ ଭତ୍ତା, ଦନ୍ତ କ୍ୟାଡର ମାନଙ୍କୁ ଡିଏସିପି, ବିଶେଷଜ୍ଞ ଭତ୍ତା, ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଭଳି ବିଭିନ୍ନ ଦାବୀ ପୂରଣ ପାଇଁ ଓମ୍ ସା ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି। ଯାହାକୁ ନେଇ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୂର ଦୁରାନ୍ତ ରୁ ଆସିଥିବା ରୋଗୀ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଇତି ମଧ୍ୟରେ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡି ବନ୍ଦ ହେବା ଘଟଣା ରୋଗୀ ଙ୍କ ପାଇଁ ଅଧିକ ଚିନ୍ତା ବଢ଼ାଇ ଦେଇଛି। ଏ ସମ୍ପର୍କ ରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସଞ୍ଜୟ ପ୍ରଧାନ କହିଛନ୍ତି, ଶୁକ୍ରବାର ଠାରୁ ଓମ୍ ସା ପକ୍ଷରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବର୍ହିବିଭାଗ ବନ୍ଦ ରହୁଛି। ରୋଗୀ ମାନେ ଯେପରି ହଇରାଣ ନ ହେବେ, ସେଥିପାଇଁ ଓପିଡି ବନ୍ଦ ସମୟରେ ଜରୁରୀ କାଳୀନ ବିଭାଗ ରେ ରୋଗୀ ପରାମର୍ଶ କରାଯାଉଛି। ଦିନ ୧୧ଟା ପରେ ସ୍ୱାଭାବିକ ଭାବେ ବର୍ହିବିଭାଗ ଖୋଲା ରହୁଥିବା ଶ୍ରୀ ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ