ମ୍ୟୁନସିପାଲଟିରେ ଅନ୍ତର୍ଭୁକ୍ତ ନ କରିବା ନିମନ୍ତେ ଦାବି

ଛତ୍ରପୁର, (ଓ୍ବାଇଏନଏସ)  : ଛତ୍ରପୁର ମ୍ୟୁନସିପାଲଟିରେ କଣମଣା ପଂଚାୟତର କିଛି ଗ୍ରାମ କୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଦାବି କରିଛନ୍ତି । ଏସଂକ୍ରାନ୍ତରେ ସରପଞ୍ଚ ବି.ଦମୟନ୍ତିଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ନିକଟରେ ଛତ୍ରପୁର ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନସିପାଲଟି ଘୋଷଣା କରିଛନ୍ତି । ଏହିକ୍ରମରେ ଏନ୍‌ଏସି ପରିପାଶ୍ୱର୍ରେ ଥିବା ପୋଡାପଦର, ଚିକଲଖଣ୍ଡି, କଣମଣା ଓ ଅଗସ୍ତିନୂଆଗାଁ ପଂଚାୟତର କିଛି ଗ୍ରାମକୁ ନେଇ ଛତ୍ରପୁର ମ୍ୟୁନସିପାଲଟି ହେବ । ଏହାକୁ ସ୍ୱାଗତ କରୁଛୁ । ହେଲେ କିଛି ସୂଚନା ପ୍ରକାରେ କଣମଣା ପଂଚାୟତର ଟାକରିଆ ବ୍ରହ୍ମପୁର, କଣମଣା, ମାଟିଖାଲ, ଚଷାକଣମଣା, ଆଇଆରଇ କଲୋନି ମ୍ୟୁନସିପାଲଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଉଛି । ଏହାକୁ ଉପରୋକ୍ତ ଗ୍ରାମବାସୀ ସହମତି ପ୍ରକାଶ କରୁନାହୁଁ । ବହୁବର୍ଷ ଧରି ଆମ୍ଭର ଗ୍ରାମଗୁଡିକ ପଂଚାୟତ ପ୍ରଶାସନ ଅଧୀନରେ ରହି ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଉଅଛୁ । ୪ ଖଣ୍ଡ ଗ୍ରାମବାସୀ ଚାଷ ଓ ଗୋପାଳନ ଉପରେ ନିର୍ଭର କରନ୍ତି । ଏହି ୪ ଖଣ୍ଡ ଗ୍ରାମର ସତକଡା ୯୦ ପ୍ରତିଶତ ଜମି କିଆଫୁଲ ଏବଂ ଚାଷ ଜମି ଅଟେ । ଏଣୁ ଯଦି ଏହି ଗ୍ରାମକୁ ପ୍ରସ୍ତାବିତ ମ୍ୟୁନସିପାଲଟିରେ ଅନ୍ତର୍ଭୁକ୍ତ କରାଯଏ ତେବେ ସମସ୍ତଙ୍କ ଜୀବିକା ପ୍ରଭାବିତ ହେବ । ଏଣୁ ଗ୍ରାମବାସୀଙ୍କ ପକ୍ଷରୁ ଆଜି ସୂଚନା ମିଳଥିବା ପ୍ରସଙ୍ଗକୁ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ଏପ୍ରସଙ୍ଗରେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ସରପଂଚଙ୍କ ସମେତ ସମିତିସଭ୍ୟା ରଶ୍ମିତା ଦେହୁରି, ନାଏବ ସରଂପଚ ପ୍ରଶାନ୍ତ କୁମାର ବେହେରା, ୱାର୍ଡସଭ୍ୟା ଗୌରୀ ବେହେରା, ପିଙ୍କି ନାୟକ, ସଙ୍ଗିତା ପ୍ରଧାନ ଓ ସପନା ପ୍ରଧାନ, ୱାର୍ଡସଭ୍ୟ ମୋହନ ବେହେରା ଏବଂ ପୂର୍ବତନ ସରପଂଚ ଏସ୍‌.ଚକ୍ରପାଣି ରେଡ୍ଡୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ